‘ଇନକାଲ୍-୨୦୧୯’ ଉଦ୍ଘାଟିତ: ସାମିଲ ହେଲେ ୨୦ ଦେଶ ୮୫୦ ରୁ ଅଧିକ ପ୍ରତିନିଧି ‘

‘INCAL 2019’ inaugurated in Bhubaneswar

ଭୁବନେଶ୍ୱରରେ ବିଶାଳ ଆଲୁମିନିୟମ୍ ସମ୍ମେଳନ ‘ଇନ୍କାଲ୍-୨୦୧୯’ ଆଜି ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ, କେନ୍ଦ୍ର ଖଣି ସଚିବ ଅନୀଲ ମୁକିମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଲକୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ, ସୋସିଆଲିଷ୍ଟ୍ ରିପବ୍ଲିକ୍ ଅଫ୍ ଭିଏତ୍ନାମ୍ର ରାଷ୍ଟ୍ରଦୂତ ଫାମ୍ ସାନ୍ ଚାଉ, ମ୍ୟାମାଁର୍ର ରାଷ୍ଟ୍ରଦୂତ କ୍ୟାଅ ଅଙ୍ଗ୍, ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା, ବେଦାନ୍ତର ସିଇଓ ଅଜୟ ଦୀକ୍ଷିତ, ଉତ୍କଳ ଆଲୁମିନା ଇଣ୍ଟର୍ନ୍ୟାସନାଲ୍ ଲିମିଟେଡ୍ର ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମିଶ୍ର, ଇଟାଲିଆନ୍ ରିପବ୍ଲିକ୍ର କନ୍ସୁଲ୍ ଜେନେରାଲ୍ ଡାମିଆନୋ ଫ୍ୟାନ୍କୋଭିଗ୍, କିଙ୍ଗଡମ୍ ଅଫ୍ ଥାଇଲ୍ୟାଣ୍ଡ୍ର କନ୍ସୁଲ୍ ଜେନେରାଲ୍ ସ୍ୱୀୟା ସ୍ୟାନ୍ତିପିତାକ୍ସ ପ୍ରମୁଖ ଉପସ୍ଥିତ ଥିଲେ । ଏସିଆର ଅନ୍ୟତମ ବୃହତ୍ କାର୍ଯ୍ୟକ୍ରମ ଭାବେ ମାନ୍ୟତା ଲାଭ କରିଥିବା ଇନକାଲ୍-୨୦୧୯ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଏହି ଉଦ୍ୟୋଗରେ ବିକାଶକୁ ଉପସ୍ଥାପିତ କରୁଛି । ବୁଲେଟ୍ ଟ୍ରେନ୍, ଏରୋସ୍ପେସ୍, ବିଦ୍ୟୁତଚାଳିତ ଯାନ ଓ ସ୍ମାର୍ଟ୍ ସିଟୀ ଆଦିର ବିକାଶ ସହ ଆଲୁମିନିୟମ୍କୁ ଭବିଷ୍ୟତର ଧାତୁ ଭାବେ ଚଳିତ ବର୍ଷ ଉପସ୍ଥାପିତ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥ ଶ୍ରୀ ମୁକିମ, ଆନ୍ତର୍ଜାତୀୟ ସ୍ତରରେ  ଔଦ୍ୟୋଗିକ ଶକ୍ତିର ପ୍ରଦର୍ଶନ କରିଥିବାରୁ ଭାରତୀୟ ଆଲୁମିନିୟମ୍ ଉଦ୍ୟୋଗର ଭୂୟସୀ ପ୍ରଶଂସା କରିଥିଲେ ଏବଂ ଘରୋଇ ବଜାରରେ ଆଲୁମିନିୟମର ଉପଯୋଗ ବୃଦ୍ଧି କରିବା ସହ ଏହି ଧାତୁକୁ ଭବିଷ୍ୟତର ଧାତୁ ଭାବେ ବିକଶିତ କରିବା ପାଇଁ ସମସ୍ତ ଅଂଶୀଦାରମାନଙ୍କୁ ଆହ୍ୱାନ ଦେଇଥିଲେ । ସେ ଆଲୁମିନିୟମ୍ ଉଦ୍ୟୋଗରେ ଗୁଣବତତ୍ତା ବୃଦ୍ଧି ସହ ଆନୁଷଙ୍ଗିକ ଉଦ୍ୟୋଗଗୁଡ଼ିକର ବିକାଶ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ, ଶିଳ୍ପାନୁଷ୍ଠାନମାନେ ସାମାଜିକ ଏବଂ ପରିବେଶ ସମ୍ବନ୍ଧୀୟ ସମସ୍ୟାର ସମାଧାନ ଦିଗରେ ମଧ୍ୟ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ, ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ତଥା ନାଲକୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଆନ୍ତର୍ଜାତୀୟ ସ୍ତରରେ ଆଲୁମିନିୟମକୁ ଭବିଷ୍ୟତର ଧାତୁ ଭାବେ ଉପସ୍ଥାପିତ ତଥା ପ୍ରସାରିତ କରିବା, ଜାତୀୟ ସ୍ତରରେ, ଏହି ଧାତୁର ଘରୋଇ ଉପଯୋଗ ବୃଦ୍ଧି କରିବା ତଥା ଓଡ଼ିଶାକୁ ଭାରତର ଆଲୁମିନିୟମ୍ ରାଜଧାନୀ ଭାବେ ବିକଶିତ କରିବା ଏହି ସମ୍ମେଳନର ମୁଖ୍ୟ ଲକ୍ଷ୍ୟ ବୋଲି ଡଃ ଚାନ୍ଦ ସୂଚନା ଦେଇ କହିଥିଲେ ।ଏହି କାର୍ଯ୍ୟକ୍ରମରେ, ୨୦ଟି ଦେଶରୁ ୮୫୦ ରୁ ଉଦ୍ଧ୍ୱର୍ ପ୍ରତିନିଧ ଅଂଶଗ୍ରହଣ କରୁଛନ୍ତି । ସେମାନଙ୍କ ମଧ୍ୟରୁ୧୫୦ ଜଣ ବୈଦେଶୀକ ପ୍ରତିନିଧି ରହିଥିବା ବେଳେ ୧୨୦ଟି ଶିଳ୍ପାନୁଷ୍ଠାନ ଦ୍ୱାରା ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରଦର୍ଶନ କରାଯାଉଛି । ଏଥିରେ ସମଗ୍ର ବିଶ୍ୱରୁ ଆଲୁମିନିୟମ୍ ଉତ୍ପାଦନକାରୀ, ବୈଷୟିକବିତ୍, ଯନ୍ତ୍ରାଂଶ ଯୋଗାଣକାରୀ, କଞ୍ଚାମାଲ ଯୋଗାଣକାରୀ ଅଂଶଗ୍ରହଣ କରି ଆଲୁମିନିୟମ୍ ଉଦ୍ୟୋଗର ବିକାଶ ଓ ନିରନ୍ତର ପ୍ରଗତି ପାଇଁ ଖସଡ଼ା ପ୍ରସ୍ତୁତି ବିଷୟରେ ଆଲୋଚନା ଓ ପର୍ଯାଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଇନକାଲ୍, ଖଣି ମନ୍ତ୍ରାଳୟ ଆନୁକୂଲ୍ୟରେ ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ପୁଞ୍ଜିନିବେଶକଙ୍କୁ ଆକର୍ଷିତ କରିବା ସହ ଏହି ସମ୍ମେଳନ ଆନ୍ତର୍ଜାତୀୟ ବ୍ୟାପାର ତଥା ଜ୍ଞାନ ଓ ବିଚାରର ଆଦାନପ୍ରଦାନ ପାଇଁ ଏକ ମଞ୍ଚପ୍ରଦାନ କରୁଛି । ଏହି ସମ୍ମେଳନ ଜାନୁୟାରୀ ୩୧ ରୁ ଫେବୃୟାରୀ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

Previous ପାର୍ସଲବୋମା ବିସ୍ଫୋରଣ ମାମଲା: ପୁଞ୍ଜିଲାଲ୍ ବିରୋଧରେ ଫାଇନାଲ୍ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ
Next ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ନିଆଁ

No Comment

Leave a reply

Your email address will not be published. Required fields are marked *