ବିଶ୍ୱରେ ମହାମାରୀ ରୂପ ନେଇଥିବା କରୋନାକୁ ପ୍ରତିହତ କରିବା ପାଇଁ ସ୍ବଚ୍ଛତା ଓ ସାମାଜିକ ଦୂରତା ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। କୌଣସି ଔଷଧ ନୁହେଁ ପ୍ରାକୃତିକ ଉପାୟରେ ନିୟମିତ ଖାଦ୍ୟପେୟ ରେ କିଛିଟା ବିଶେଷ ଧ୍ୟାନ ଦେଇ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିହେବ ସେ ବିଷୟରେ ଜାଣନ୍ତୁ…
ଅଁଳା:-
ଅଁଳାରେ ଥିବା ବିଭିନ୍ନ ପ୍ରକାର ଭିଟାମିନ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ପଲିଫେନୋଲ ଓ ଆଇରନ ଭଳି ପୋଷକ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଛୋଟ ଛୁଆ ଓ ବୟସ୍କଙ୍କ ପାଇଁ ଅଁଳା ଖୁବ ଉପକାରୀ। ପ୍ରତିଦିନ ଅଁଳା ଖାଇଲେ ସଂକ୍ରମଣର ଭୟ ନଥାଏ। ବଜାରରେ ମିଳୁଥିବା ଅଁଳା କ୍ୟାଣ୍ଡି ବା ଘରେ ପ୍ରସ୍ତୁତ କରି ଖାଆନ୍ତୁ । ସେହି ଭଳି ଅଁଳା ଚଟଣି ତିଆରି କରି ଖାଆନ୍ତୁ, ଏହା ବ୍ୟତୀତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପ୍ରତିଦିନ ଗୋଟିଏ ଗ୍ଲାସ ପାଣିରେ ଅଁଳା ରସ ଓ ମହୁ ମିଶାଇ ପିଅନ୍ତୁ।
ଭୃସଙ୍ଗପତ୍ର:- ସାଧାରଣତଃ ଘରମାନଙ୍କରେ ଖାଦ୍ୟର ସ୍ବାଦ ପାଇଁ ଭୃସଙ୍ଗପତ୍ରର ବ୍ୟବହାର କରାଯାଇଥାଏ। ହେଲେ ଏଥିରେ ଥିବା ଉପକାରୀ ଗୁଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାକୁ ସିଧାସଳଖ ନଚେତ ଅଦା, ଜିରା ପକାଇ ଗରମ ଜୁସ୍ ପ୍ରସ୍ତୁତ କରି ପିଇ ପାରିବେ।
ତୁଳସୀ:- ତୁଳସୀ ପ୍ରାୟ ସମସ୍ତଙ୍କ ବାଡ଼ି ଅଗଣାରେ ପୂଜା ପାଉଥିବା ଗଛଟିଏ। ହେଲେ ଏହାର ପତ୍ର କୌଣସି ଅମୃତ ଠାରୁ କମ ନୁହେଁ, ଥଣ୍ଡା, କାଶ ପାଇଁ ରାମବାଣ ପରି କାମ କରିଥାଏ। ସେହି ଭଳି କେତେକ ଯାଦୁ ରୋଗ ତୁଳସୀ ଭଲ କରିଥାଏ। ଏଥିରେ ଥିବା ଭିଟାମିନ୍, କ୍ୟାଲସିୟମ, ଲୌହ, ଆଣ୍ଟି ଅକ୍ସିଡାଣ୍ଟ,ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଭାଇରାଲ ଗୁଣ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ସୈନ୍ଧବ ଲବଣ, ଚାମଚେ ମହୁ, ଚାମଚେ ଅଦା ରସ ଓ ଅଳ୍ପ ତୁଳସୀ ପତ୍ର କୁ ଗରମ ପାଣିରେ ଫୁଟାଇ ପ୍ରତିଦିନ ପିଅନ୍ତୁ। ନଚେତ ସବୁଦିନ ୪ ରୁ ୫ ଟି ପତ୍ର ଖାଆନ୍ତୁ।
ହଳଦୀ :- ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଇନଫ୍ଲାମାଟୋରୀ ଭରପୂର ମାତ୍ରାରେ ରହିଥାଏ କି ଯାହାକି ଶରୀରକୁ ଆଲର୍ଜିରୁ ରକ୍ଷା କରିଥାଏ। ଏହା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।
ଅଦା :-ଏଥିରେ ଆଣ୍ଟି-ଭାଇରାଲ୍, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଇନଫ୍ଲାମାଟୋରୀ ଗୁଣ ରହିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ସାହାଯ୍ୟ କରେ। ଅଦା ଚା’ ଖାଇବା ଲାଭଦାୟକ ହୋଇଥାଏ। ନଚେତ କଞ୍ଚା ଅଦା ଖାଆନ୍ତୁ। ଆପଣ ମହୁ ସହିତ ମଧ୍ୟ ଅଦା ଖାଇପାରିବେ।
ଡାଲଚିନି :- ଏଥିରେ ଥିବା ପଲିଫେନୋଲ୍ ଏବଂ ପ୍ଲାଣ୍ଟ ଆଣ୍ଟି-ଅକ୍ସିଡାଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇ ଥାଏ। ଏହାସହ ଏଥିରେ ଥିବା ଆଣ୍ଟି ଭାଇରାଲ୍ ଏବଂ ଆଣ୍ଟି ଫଙ୍ଗଲ୍ ଗୁଣ ଥଣ୍ଡା ଏବଂ ଋତୁ ଅନୁଯାୟୀ ହେଉଥିବା ଫ୍ଲୁରେ ଏହା ଔଷଧ ଭାବ କାମ କରିଥାଏ। ମସଲା ବ୍ୟତୀତ ଡାଲଚିନିରେ ଚା’ ପ୍ରସ୍ତୁତ କରି ସେବନ କରନ୍ତୁ ଲାଭ ମିଳିବ।
ଏହା ବ୍ୟତୀତ ପ୍ରତିଦିନ ଖାଦ୍ୟରେ ଫଳ ଓ ପରିବା ସାମିଲ କରନ୍ତୁ। ଭିଟାମିନ୍ ସି’ଯୁକ୍ତ ଖାଦ୍ୟ ନିଜ ଖାଦ୍ୟରେ ସାମିଲ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ଶୃଙ୍ଖଳିତ ଖାଦ୍ୟ ଦ୍ଵାରା ବଢାନ୍ତୁ ରୋଗ ପ୍ରତିରୋଧକ ଶକ୍ତି…
Improve your body immunity with amla, ginger and turmeric

No Comment