କ୍ଷୀର ଉତ୍ପାଦନ ଫାର୍ମ କରିଥିବା ବ୍ୟବସାୟୀ ହୁଅନ୍ତୁ କି ଚାଷୀ ସମସ୍ତଙ୍କ ପାଇଁ ଗାଈ ଅଧିକ କ୍ଷୀର ଦେବା ଲଭଦାୟକ୍ ହୋଇଥାଏ। ଗାଈ ଅଧିକ କ୍ଷୀର ଦେବା ପାଇଁ ତାକୁ ପ୍ରଚୁର କଞ୍ଚା ଘାସ ଦେବା ଉଚିତ୍। ହେଲେ ପ୍ରତିଦିନ କେତେ କିଣି କରି ଗାଈକୁ ଘାସ ଖୁଇବେ ସେନେଇ ଚିନ୍ତାରେ ଥାନ୍ତି ଚାଷୀ, ତାସହ୍ ଅନେକ ସମୟରେ ଜମି ଅଭାବରୁ ଘାସ ଚାଷ କରିବା ଚାଷୀଙ୍କ ପାଇଁ ସମ୍ଭବ ହୋଇନଥାଏ। ହେଲେ ଏବେ ହାଇଡ୍ରୋପୋନିକ୍ ପଦ୍ଧତିରେ ବିନା ଜମି ବା ମାଟିରେ ନିଜ ବାଡ଼ି ଅଗଣାରେ ଛନଚ୍ଛନିଆ କଞ୍ଚା ଘାସ ଚାଷ କରିହେବ। ତେବେ ଆସନ୍ତୁ ଜାଣିବା ସେ ବିଷୟରେ…
ହାଇଡ୍ରୋପୋନିକ୍ ଘାସ ଚାଷ କିପରି ହୁଏ:
ଏହି ଚାଷ ବିନା ମାଟିରେ ହୋଇଥାଏ। ଏହି ପଦ୍ଧତିରେ ଘାସ ମଞ୍ଜିକୁ ପାଣି ବା ପୃଷ୍ଟିସାଧକ ଦ୍ରବଣରେ ଭିଜାଇ ଏକ ନିୟନ୍ତ୍ରିତ କୋଠରୀରେ ରଖାଯାଇ ୭ ଦିନ ମଧ୍ୟରେ ପ୍ରଚୁର ପରିମାଣର କଞ୍ଚା ଘାସ ଉତ୍ପାଦନ କରାଯାଇଥାଏ। ଏଥି ପାଇଁ ମୁଖ୍ୟତଃ ମକା ମଞ୍ଜି ବ୍ୟବହାର କରାଯାଇଥାଏ। ଏହାଛଡା ବର୍ଲି, ଓଟସ ଓ ଗହମ ମଞ୍ଜି ମଧ୍ୟ ବ୍ୟବହାର କରାଯାଇଥାଏ।
ଚାଷ ପ୍ରଣାଳୀ:
– ଏକ ସ୍ଵତନ୍ତ୍ର ମେସିନ୍ ଭିତରେ ଚାଷ କରାଯାଇଥାଏ। ଏହା ଏକ କୋଠରୀ ଆକାରରେ ମିଳିଥାଏ। ମେସିନ୍ ଭିତରେ ମାତ୍ର ୭୧୨ ସ୍କୋୟାର ଫୁଟ୍ ଜାଗାରେ ପ୍ରତିଦିନ ୯୬୦ କେଜି ଘାସ ଉତ୍ପାଦନ କରାଯାଇଥାଏ। ହେଲେ ଏହା ବ୍ୟସପେକ୍ଷ ହୋଇଥାଏ। ତେଣୁ ଅନେକ ଚାଷୀ ୨୫×୧୦×୧୦ ଫୁଟର ବାଉଁଶ କୋଠରୀ କରି ଏହାକୁ ଚାଷ କରିଥାନ୍ତି।
– ଏହି କୋଠରୀରେ ଥାକ ଥାକ କରି ଦିନକୁ ୭୨ ଟ୍ରେରୁ ଘାସ ଉତ୍ପାଦନ କରାଯାଏ।
– ଏଥି ପାଇଁ ପ୍ରତିଟି ଟ୍ରେ ପିଛା ୧.୫ କେଜି ମକମଞ୍ଜୀ (୮୫% ଅଙ୍କୁରୋଦ କ୍ଷମ୍)କୁ ପ୍ରଥମେ ପାଣିରେ ବା ପୃଷ୍ଟି ସାଧକ ଦ୍ରବଣରେ ରାତିସାରା ଭିଯାଇବାକୁ ପଡି ଥାଏ। ଏହି ମକା ମଞ୍ଜି ରୁ ୭-୮ ଦିନ ମଧ୍ୟରେ ୯ କେଜି ପାଖାପାଖି କଞ୍ଚା ଘାସ ଉତ୍ପାଦିତ ହୋଇଥାଏ। ପ୍ରତି ଘାସ ଗଛର ଉଚ୍ଚତା ୨୦-୨୫ ସେ.ମି ହୋଇଥାଏ।
– ଏହି ଗଜା ମକା ଗଛରେ ପୃଷ୍ଟିସାର ୧୩.୫%, ତନ୍ତୁ ୧୪.୦୬% ରହିଥିବାରୁ ସାଧାରଣ ଘାସ ଅପେକ୍ଷା ଅଧିକ ଖଦ୍ୟଗୁନର ହୋଇଥାଏ।
– ମଞ୍ଜିରେ ଯେପରି କୌଣସି କିଟନାଶକ ମିଶିନଥିବ ସେ ଦିଗ ପ୍ରତି ଦିଗ ପ୍ରତି ଦୃଷ୍ଟିଦେବା ଉଚିତ୍। ଅନାବନା ଜିନିଷ ଥିଲେ ଅଞ୍ଜିକୁ ବାଛି ସଫା କରିଦେବା ଭଲ।
– ଭିଜା ମଞ୍ଜିକୁ ଟ୍ରେରେ ସମାନ ଭାବେ ଚରିପଟକୁ ଖେଳେଇ ଦିଆଯାଏ। ଏବଂ ପ୍ରଥମ ଥାକରେ ରଖା ଯାଏ।
– ତା ପରଦିନ ପ୍ରଥମ ଦିନର ମଝି ଟ୍ରେ ଗୁଡ଼ିକୁ ତୃତୀୟ ଓ ଚତୁର୍ଥ ଥାକକୁ ଉଠା ଯାଏ। ଆହା ପରେ ପ୍ରଥମ ଦିନର ଟ୍ରେକୁ ପ୍ରତିଦିନ ତଳକୁ ତଳ ଥାକକୁ ସ୍ଥାନାନ୍ତର କରାଯାଏ, ଯେପରି ୮ ଦିନ ବେଳକୁ ଏହି ପ୍ରଥମ ଦିନର ଟ୍ରେ ଗୁଡ଼ିକ ସବାତଳ ଥାକକୁ ପହଞ୍ଚିଥିବ। ଏହା ଅଷ୍ଟମ ଦିନରେ ଗଜହୋଇ ଗଈ କୁ ଖାଇବାକୁ ଦିଆଯାଏ।
ହାଇଡ୍ରୋପୋନିକ୍ ଘାସ ଖୁଆଇବା ପ୍ରଣାଳୀ:
– ଟ୍ରେ ରୁ ଘାସ ଚେର ସହ ବାହାର କରି ଛୋଟ ଛୋଟ ଖଣ୍ଡ କରି କରିବାକୁ ପଡେ।
– ଏହି ଘଷାଗୁଡିକ୍ ଅତ୍ୟନ୍ତ ରସାଳ ଓ ସ୍ଵାଦିଷ୍ଟ ହୋଇଥିବାରୁ ଗଈ ବା ଅନ୍ୟ ତୃଣଭୋଜି ଅନ୍ଦରେ ଖାଇଥାନ୍ତି।
– ପ୍ରତ୍ୟେକ ଗଈ ପିଛା ୨୦ କେଜି ହାଇଡ୍ରୋପୋନିକ୍ ଘାସ ଦେବା ଉଚିତ୍।
– ୧ କେଜି ଦାନ ବଦଳରେ ୭-୮ କେ.ଜି ମକା ହାଇଡ୍ରୋପୋନିକ୍ ଘାସ ଦେଇହେବ।
– ଏହାକୁ ଅନ୍ୟ ଗୋଖାଦ୍ୟ ସହ ମିଶାଇ ଦେଇହେଵ।
ହାଇଡ୍ରୋପୋନିକ୍ ପଦ୍ଧତିରେ ଘାସ ଚାଷ
hydroponic grass farming

No Comment