‘ମୋ ସାଇକେଲ’ଆୟୁଷ କେତେଦିନ?

'mo cycle' scheme

ଜନସାଧାରଣଙ୍କ ସୁବିଧା ପାଇଁ ସରକାର ଅନେକ ଯୋଜନା ଆରମ୍ଭ କରିଥାନ୍ତି । ହେଲେ ତାହା କେତେଦିନ ଚାଲୁଛି ସେ ହିସାବ କେହି ରଖନ୍ତି ନାହିଁ । ନୂଆ ଆସିଲେ ପୁରୁଣାକୁ ଭୁଲିଯିବା ନ୍ୟାୟରେ କେତେକ ନୂଆ ଯୋଜନା ଆସିଲେ ସରକାରଙ୍କଠୁ ଆରମ୍ଭ କରି ଜନ ସାଧାରଣ ପୁରୁଣା ଯୋଜନାକୁ ସମ୍ପୁର୍ଣ୍ଣ ଭୁଲିଯାନ୍ତି । ଏଥିରେ ଅନେକ ସରକାରୀ ଅର୍ଥ ନଷ୍ଟ ହେବା ସହ ଯୋଜନାଗୁଡ଼ିକ ଲକ୍ଷ୍ୟ ପୁରଣଠାରୁ ଦୂରେଇ ରହେ ।

ଏହି ଧାରାରେ ଯେପରି ‘ମୋ ସାଇକେଲ’ ଯୋଜନା ସାମିଲ ନହେବ ସେଥିପ୍ରତି ଜନସାଧାରଣ, ବିଭାଗୀୟ ସଂସ୍ଥା ବା ପରିଚାଳକ ମାନେ ଦୃଷ୍ଟି ଦେବା ଉଚ୍ଚିତ । ସହରବାସୀଙ୍କ ଗମନାଗମନ ସୁବିଧା ପାଇଁ ରାଜ୍ୟସରକାର ଆରମ୍ଭ କରିଥିବା ‘ମୋ ସାଇକେଲ’ ଯୋଜନାକୁ ଦିନ ୧୫ଟା ହୋଇ ନଥିବା ବେଳେ ଏଥିରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି ।

ପ୍ରଥମତଃ ଏହା ଆପ ଦ୍ୱାରା ବୁକିଂ କରିବାର ସୁବିଧା ଥିବାରୁ ଅନେକ ବୟସ୍କ ଓ ସ୍ମର୍ଟ ଫୋନ ବ୍ୟବହାର ଜାଣି ନଥିବା ବ୍ୟକ୍ତି ଏହି ସେବାରୁ ବଞ୍ଚିତ ହେଉଛନ୍ତି । ଏହାସହ ଅନେକ କେତେକ ସାଇକେଲ ଷ୍ଟାଣ୍ଡରେ ଥିଲେ ମଧ୍ୟ ସେଥିରୁ ଅନେକରେ ସିଟ୍, ପେଡାଲ ବାହାରି ବ୍ୟବହାର ଅଯୋଗ୍ୟ ହେଉଛି । ସଂସ୍ଥା ଗୁଡ଼ିକ ସେଗୁଡ଼ିକ ତୁରନ୍ତ ସଜାଡ଼ିବାର କୁହାଯାଉଥିଲେ ମଧ୍ୟ ଏ ଦିଗରେ ସେମାନେ ବିଶେଷ ଆଗ୍ରହ ଦେଖାଉ ନାହାଁନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ୩/୪ଟି ସାଇକେଲ ରହୁଥିବା ଷ୍ଟାଣ୍ଡରେ ଦୁଇଟି ଖରାପ ହୋଇ ପଡିବା ଦ୍ୱାରା ଅନେକ ଆଗ୍ରହୀ ନିରାଶ ହୋଇ ଫେରୁଛନ୍ତି । ଏଭଳି ସ୍ଥିତି ମାଷ୍ଟର କ୍ୟାଣ୍ଟିନ୍ ସାଇକେଲ ଷ୍ଟାଣ୍ଡରେ ଦେଖିବାକୁ ମିଳୁଛି । ଏଠାରେ ତିନୋଟି ସାଇକେଲ ରହିଥିଲେ ମଧ୍ୟ ଦୁଇଟି ଅସଜାଡ଼ ହୋଇ ରହିଥିବାରୁ କେତେକ ଯାତ୍ରୀ ଫେରିକି ଯାଇଥିଲେ । କେବଳ ମାଷ୍ଟର କ୍ୟାଣ୍ଟିନ୍ ନୁହେଁ ସହରର ବିଭିନ୍ନ ସ୍ଥାନରେ ଏହି ଭଳି ସ୍ଥିତି ଦେଖିବାକୁ ମିଳୁଛି ।

Previous କର୍କଟ ଚିକିତ୍ସା ସାରି ଆମେରିକାରୁ ମୁମ୍ବାଇ ଫେରିଲେ ସୋନାଲୀ
Next ହାନିକାରକ ଚିନି...

No Comment

Leave a reply

Your email address will not be published. Required fields are marked *