କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଗତକାଲି ରାଜ୍ୟର କେତେକ ସ୍ଥାନରେ କୁଆପଥର ସହ ବର୍ଷା ହେବା ସହ ପାଗ ମେଘୁଆ ରହିଥିଲା । ଅଜି ମଧ୍ୟ ରାଜ୍ୟର ୯ଟି ଜିଲ୍ଲାରେ ଝଡ଼ ବର୍ଷା ହେବାର ସୂଚନା ରହିଛି । ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ବହୁ ସ୍ଥାନରେ ଝଡ଼ବର୍ଷା ସମ୍ଭାବନା ରହିଥିବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେତେକ ସ୍ଥାନରେ ଝଡ଼ତୋଫାନ ସହ କୁଆପଥର ବର୍ଷା ହୋଇପାରେ । ସେଥି ପାଇଁ ସତର୍କ ସୂଚନା ଦିଆଯାଇଛି। ଏହାସହ ସମୁଦ୍ର ଆସନ୍ତା ଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଦିଆଯାଇଛି ।ମେଘୁଆ ପାଗ କାରଣରୁ ତାପମାତ୍ରା କମିବା ସହ ଖରାର ପ୍ରଭାବ କମ ରହିଛି ରାଜ୍ୟରେ ।
କାଲି ଯାଏଁ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା
heavy rain in 9 district in today

No Comment