କାଲି ପରଦାକୁ ଆସିବ ‘ଗଲି ବଏ’

gully boy to release tomorrow

ଆସନ୍ତାକାଲି ଭାଲେଂଟାଇନେ ଡେ ଥିବା ବେଳେ ପରଦାକୁ ଆସିବ ରଣବୀର ସିଂହ ଓ ଆଲିୟା ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଗଲି ବଏ’। ଏହି ଫିଲ୍ମରେ ରଣବୀର ସିଂହ ଓ ଆଲିୟା ଭଟ୍ଟଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିବ । ଫିଲ୍ମରେ ଜଣେ ଷ୍ଟ୍ରିଟ୍ ରାପର୍‌ ଭାବେ ଦର୍ଶକଙ୍କ ଆଗକୁ ଆସିବେ ରଣବୀର। ଫିଲ୍ମର ଅନେକ ଗୁଡ଼ିଏ ଗୀତ ନିଜ ରଣବୀର ଗାଇଛନ୍ତି । ସବୁଥରର ଆକ୍ସନ ଫିଲ୍ମରୁ ଏହି ଫିଲ୍ମଟି ନିଶ୍ଚୟ ଅଲଗା ଭଳି ଜଣାପଡ଼ୁଛି। ଫିଲ୍ମର ଟ୍ରେଲର ରିଲିଜ୍ ହେବା ପରେ ଏହା ହଜାର ହଜାର ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରିଛି। ଟ୍ରେଲରରେ ରଣବୀରଙ୍କ ରାପ୍ ଷ୍ଟାଇଲକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଏହି ଫିଲ୍ମ ଦ୍ୱାରା ପ୍ରଥମଥର ପାଇଁ ଆଲିଆ ଏବଂ ରଣବୀରଙ୍କୁ ଏକଠି ଦେଖିବାର ସୁଯୋଗ ସେମାନଙ୍କ ପ୍ରଶଂସକ ପାଇବେ । ଫିଲ୍ମରେ ରଣବୀରଙ୍କୁ ଜଣେ ଷ୍ଟ୍ରଗଲର ଗାୟକ ଭାବେ ଉପସ୍ଥାପିତ କରାଯାଇଛି। ଜଣେ ଭଲ ରାପର୍ ହେବାକୁ ଚାହୁଁଥିବା ରଣବୀର କିଭଳି ଗଲିବୟରୁ ରାପର୍ ହୋଇପାରିଛନ୍ତି ତାହା ହେଉଛି ଏହି ପିଲ୍ମର କାହାଣୀ। ଫିଲ୍ମର ନିର୍ଦ୍ଦେଶିନା ଜୋୟା ଅଖତର ଦେଇଛନ୍ତି ।

Previous ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ପ୍ରମଥ ପଟ୍ଟନାୟକ
Next ୨୧ରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ

No Comment

Leave a reply

Your email address will not be published. Required fields are marked *