ଚେଇଁଲେ ସରକାର:କୋଟିଆକୁ ଗଡିବ ବସ୍

govt. decided for bus service to kotia gp

ଆନ୍ଧ୍ର ସରକାରୀ ଅଧିକାରୀ କୋଟିଆ ଗ୍ରାମପଞ୍ଚାୟତରେ କମ୍ବଳ ଓ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରିବା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି । କୋଟିଆବାସୀଙ୍କୁ ମୋୖଳିକ ସୁବିଧା ଯୋଗାଇଦେବା ପାଇଁ ଆଗେଇ ଆସିଛି ଓଡିଶା ସରକାର । ଖୁବ୍ ଶୀଘ୍ର ଆଦିବାସୀ ଅଧ୍ୟୁଷିତ କୋଟିଆକୁ ବସ୍ ଚଳାଚଳ ହେବା ନେଇ ସୂଚନା ମିଳିଛି ।

କୋଟିଆ ଗ୍ରାମପଞ୍ଚାୟତର ସ୍ଥିତି ସମୀକ୍ଷା କରିବା ପାଇଁ ସରକାରଙ୍କ ତରଫରୁ ଜିଲ୍ଲା ଯୋଜନା କମିଟିର ସଦସ୍ୟଙ୍କୁ ଉକ୍ତ ଅଞ୍ଚଳକୁ ପଠାଯାଇଛି। କମିଟିର ମୁଖ୍ୟ ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ୍ଲ ପାଙ୍ଗି ଓ ଅନ୍ୟ ସଦସ୍ୟ କୋଟିଆ ଗ୍ରାମପଞ୍ଚାୟତ ପରିଦର୍ଶନରେ ଯାଇ ପାରିପାର୍ଶ୍ଵିକ ସ୍ଥିତି ସମୀକ୍ଷା କରିଥିଲେ । ଖୁବ୍ ଶୀଘ୍ର ଏହି ଅଞ୍ଚଳକୁ ବସ୍ ସେବା ଆରମ୍ଭ ହେବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ । କୋଟିଆରେ ଉନ୍ନୟନମୂଳକ ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରିଥିଲା ଏହି ପରିଦର୍ଶନକାରୀ ଦଳ । କୋରାପୁଟ ଜିଲ୍ଲାପାଳ କୋଟିଆରେ ପଡୋଶୀ ଆନ୍ଧ୍ରର ଅନୁପ୍ରବେଶ ଓ ସ୍ଥାନୀୟ ଆଦିବାସୀଙ୍କୁ କମ୍ବଳ ଓ ଭତ୍ତା ବଣ୍ଟନ ସମ୍ପର୍କରେ ରିପୋର୍ଟ ଦାଖଲ କଲା ପରେ ଜିଲ୍ଲା ଯୋଜନା କମିଟି ଉକ୍ତ ଅଞ୍ଚଳକୁ ଯାଇ ସ୍ଥିତି ସମୀକ୍ଷା କରିଥିଲା ।

Previous କୋହଲିଙ୍କ 21ତମ ଶତକ:ଇନିଂସ ଅଗ୍ରଣୀ ଦ୍ୱାରରେ ଭାରତ
Next ନିଦ୍ରାକୁ ନକର ହେଳା

No Comment

Leave a reply

Your email address will not be published. Required fields are marked *