ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢ଼ିଲା ୩ ପ୍ରତିଶତ ମହଙ୍ଗା ଭତ୍ତା

government employees dearness allowance hiked by 3 percent

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତା ୩ ପ୍ରତିଶତ ସରକାର ବୃଦ୍ଧି କରିଛନ୍ତି । ଚଳିତ ବର୍ଷ ଜାନୁଆରୀ ପହିଲାରୁ ପିଛଲା ଭାବେ ଏହି ବର୍ଦ୍ଧିତ ଭତା ଲାଗୁ ହେବ । ମହଙ୍ଗା ଭତ୍ତା ବୃଦ୍ଧି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଣିକି ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ୯ରୁ ୧୨ ପ୍ରତିଶତ ମହାଙ୍ଗାଭତ୍ତା ପାଇବେ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶର ୪୮ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ସେହିଭଳି ୬୨ ଲକ୍ଷ ପେନସନଭୋଗୀ ମଧ୍ୟ ଏହାର ଲାଭ ପାଇବେ ।

Previous ଦ୍ୱିତୀୟ ଦିନରେ ପୁଣି ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ !
Next ଟ୍ରାଇର ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ସ

No Comment

Leave a reply

Your email address will not be published. Required fields are marked *