ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ପୁଣି ସୁନା ଜବତ

gold seized at Biju Pattnaik international airport

ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାର୍ତୀୟ ବିମାନ ବନ୍ଦରରୁ ପୁଣି ଧରାପଡିଲେ ଜଣେ ଗୋଲ୍ଡ ସ୍ମଗଲର । ୨୦ ଲକ୍ଷ ମୂଲ୍ୟର ପ୍ରାୟ ୭୦୦ ଗ୍ରାମ ସୁନା ଲାଗିଛି ଏୟାର ଇଣ୍ଟିଲିଜେନ୍ସ ହାତରେ । ମିଳିଥିବା ସୂଚନାନୁଯାୟୀ ଏକ ମିକ୍ସର ଗ୍ରାଇଣ୍ଡରରେ ସୁନାକୁ ଲୁଚାଇ ରଖିଥିଲେ ସ୍ମଗଲର । ଏୟାର ଇଣ୍ଡିଆ ଫ୍ଲାଇଟରେ ବ୍ୟାଙ୍କକରୁ ଆସି ଭୁବନେଶ୍ୱରରେ ଓହ୍ଲାଇଲେ ସନ୍ଦିଗ୍ଧ । ତାଙ୍କ ହାବଭାବରୁ ସନ୍ଦେହ ଉପୁଜିବାରୁ ଏୟାର ଇଣ୍ଟେଲିଜେନ୍ସ ୟୁନିଟର କର୍ମକର୍ତ୍ତା ତାଙ୍କୁ ଯାଞ୍ଚ କଲେ । ସମସ୍ତ ବ୍ୟାଗେଜ ଚେକ୍ କଲା ପରେ ମିକ୍ସର ଗ୍ରାଇଣ୍ଡର ଭିତରେ ସୁନା ରହିଥିବାର ଜଣାପଡିଲା । ସୂଚନା ଯୋଗ୍ୟ କି, ମାର୍ଚ୍ଚ ୨୭ ଓ ୨୮ରେ ଯଥାକ୍ରମେ ୧.୨ କିଲୋଗ୍ରାମ ଏବଂ ୩୭୮ ଗ୍ରାମର ସୁନା ଜବତ ହୋଇଥିଲା । କୁଆଲାଲମପୁର ଓ ବ୍ୟାଙ୍କକରୁ ଆସିଥିଲେ ସ୍ମଗଲର । ଭୁବନେଶ୍ୱର ବିମାନ ବନ୍ଦର ଅନ୍ତର୍ଜାତୀୟ ମାନ୍ୟତା ପାଇବା ପରେ ଦିନକୁ ଦିନ ସୁନା ସ୍ମଗଲିଂ ବଢିବାକୁ ଲାଗିଛି ।

Previous ଫଲୋ କରନ୍ତୁ ଖିଲାଡି କୁମାରଙ୍କ ରୁଟିନ: ରହିବେ ଏଭରଗ୍ରୀନ
Next ବଢିବ ପିସିଆର ଭ୍ୟାନ

No Comment

Leave a reply

Your email address will not be published. Required fields are marked *