ଜାଣନ୍ତି କି? ଗୁଗଲ୍ ସର୍ଚ୍ଚରେ ଖେଳିହେବ ଏହି ସବୁ ମଜାଦାର୍ ଗେମ୍

Games on Google

ଆଜିକାଲି ଅନଲାଇନରେ ବହୁତ ପ୍ରକାର ଗେମ୍ ଉପଲବ୍ଧ ହେଲାଣି । କିନ୍ତୁ ସେସବୁକୁ ହୁଏତ ଡାଉନଲୋଡ କରିବାକୁ ପଡ଼ିବ, ନଚେତ୍ ଅନଲାଇନରେ ଖେଳିବା ପାଇଁ ବହୁତ ଇଣ୍ଟରନେଟ ଡାଟା ଖର୍ଚ୍ଚ କରିବାକୁ ପଡ଼ିବ । ଏଥିସହ ବିଭିନ୍ ଗେମିଂ ୱେବସାଇଟକୁ ଯାଇ ଅନଲାଇନ ଗେମ୍ ଖେଳିଲେ କମ୍ପ୍ୟୁଟର କିମ୍ବା ସ୍ମାର୍ଟ ଫୋନ ସ୍ଲୋ ହେବାର ଏବଂ ଭାଇରସ୍ ଆସିବାର ଆଶଙ୍କା ଥାଏ । ତେଣୁ ଆପଣ ଯଦି କେତେବେଳେ ଅନଲାଇନରେ କୌଣସି ହାଲକାଫୁଲକା ଏବଂ ସୁରକ୍ଷିତ ଭାବେ ଗେମ୍ ଖେଳିବାକୁ ଚାହୁଁଛନ୍ତି ତେବେ ଗୁଗଲ୍ ସର୍ଚ୍ଚକୁ ଯାଆନ୍ତୁ । ସେଠାରେ ସିଧାସଳଖ କିଛି ଶବ୍ଦ ସର୍ଚ୍ଚ କଲେ ସେହି ଗୁଗଲରେ ହିଁ ଖେଳିପାରିବେ ଏବଂ ସେଗୁଡ଼ିକ ମଜାଦାର ମଧ୍ୟ । ଥରେ ଚେଷ୍ଟା କରି ଦେଖୁନାହାନ୍ତି?

  • ପ୍ୟାକ୍ ମ୍ୟାନ୍: ଗୁଗଲ୍ ସର୍ଚ୍ଚ ବାର୍ ରେ ସର୍ଚ୍ଚ କରନ୍ତୁ ପ୍ୟାକ୍ ମ୍ୟାନ୍ (pac man) । ସିଧାସଳଖ ସେହି ସର୍ଚ୍ଚ ବାର୍ ତଳକୁ ଆପଣଙ୍କ ପ୍ରିୟ ପ୍ୟାକ୍ ମ୍ୟାନ୍ ଗେମ୍ ଉପଲବ୍ଧ ହେବ । କମ୍ପ୍ୟୁଟରରେ କି-ବୋର୍ଡ ବ୍ୟବହାର କରି ଏବଂ ମୋବାଇଲରେ ଟଚ୍ ସ୍କ୍ରିନ ମାଧ୍ୟମରେ ଆପଣ ଏହି ଗେମ୍ ଖେଳିପାରିବେ ।
  • ଟିକ୍ ଟାକ୍ ଟୋଏ (ଛକି ଶୂନ): ଆପଣ ପୂର୍ବରୁ ସିଲଟରେ କିମ୍ବା ଖାତାରେ ଛକି ଶୂନ ବହୁବାର ଖେଳିଥିବେ । କିନ୍ତୁ କେବେ ଗୁଗଲରେ ଖେଳିଛନ୍ତି କି? ଗୁଗଲରେ ସର୍ଚ୍ଚ କରନ୍ତୁ ଟିକ୍ ଟାକ୍ ଟୋଏ (tic tac toe) । ସିଧାସଳଖ ଆପଣ ସେଠାରେ କମ୍ପ୍ୟପଟର ସହ କିମ୍ବା ଆପଣଙ୍କ ସାଥିଙ୍କ ସହ କିମ୍ବା ନିଜ ସହ ଛକି ଶୂନ ଖେଳି ପାରିବେ ।
  • ଜର୍ଗ୍ ରସ୍: କମ୍ପ୍ୟୁଟରରେ ଖେଳାଯାଉଥିବା ଏହି ଗେମକୁ ଗୁଗଲରେ ଆପଣ ଜର୍ଗ୍ ରସ୍ (zerg rush) ସର୍ଚ୍ଚ କଲେ ପାଇପାରିବେ । ଏଥିରେ ବିଭିନ୍ନ ଦିଗରୁ ଇଂରାଜୀ ଅାଲଫାବେଟ୍ ‘ଓ’ (O) ଗୁ଼ଡ଼ିକ ଆସି ଆପଣଙ୍କ ସର୍ଚ୍ଚ ପେଜ୍ ନଷ୍ଟ କରିବାକୁ ଚେଷ୍ଟା କରିବ । ଆପଣଙ୍କୁ ମାଉସ୍ କ୍ଲିକ୍ କରି ସେହି ଗୁଡ଼ିକୁ ନଷ୍ଟ କରିବାକୁ ପଡ଼ିଥାଏ । ଏହା ଏକ ମଜାଦାର ଗେମ୍ ।
  • ସ୍ନେକ୍: ଆପଣ ମୋବାଇଲରେ ଖେଳୁଥିବା ଆପଣଙ୍କ ପ୍ରିୟ ଗେମ୍ ସ୍ନେକ୍ କୁ ଗୁଗଲ୍ ସର୍ଚ୍ଚରେ ମଧ୍ୟ ଖେଳିପାରିବେ । ଗୁଗଲରେ ସ୍ନେକ୍ (snake) ସର୍ଚ୍ଚ କରି କି-ବୋର୍ଡ ସାହାଯ୍ୟରେ ଏହି ଗେମର ମଜା ନିଅନ୍ତୁ ।
  • ସଲିଟେଆର୍:  ୱିଣ୍ଡୋଜ୍ ଅପରେଟିଂ ସିଷ୍ଟମରେ ଉପଲବ୍ଧ ହେଉଥିବା ଏହି ଡିଫଲ୍ଟ ଗେମ୍ ଆପଣ ଚାହିଁଲେ ସିଧାସଳଖ ଗୁଗଲ୍ ରେ ମଧ୍ୟ ଖେଳିପାରିବେ । ସର୍ଚ୍ଚ କରନ୍ତୁ ସଲିଟେଆର୍ (solitaire)
  • ଅଟାରି ବ୍ରେକ୍ଆଉଟ୍: ଏହି ଗେମ୍ ଆପଣ ଗୁଗଲ୍ ଇମେଜେସ୍ ରେ ଖେଳିପାରିବେ । ଗୁଗଲ୍ ସର୍ଚ୍ଚକୁ ଯାଇ ଇମେଜେସରେ କ୍ଲିକ କଲେ ଏହି ଗେମ୍ ଉପଲବ୍ଧ ହେବ । ଗୁଗଲ ଇମେଜେସକୁ ଯାଇ ସର୍ଚ୍ଚ କରନ୍ତୁ ଅଟାରି ବ୍ରେକ୍ଆଉଟ୍ (atari breakout) ।

କେବଳ ଏହିସବୁ ଗେମ୍ ନୁହେଁ, ଏଥିସହ ଗୁଗଲ୍ ଡୁଡଲ୍ ରେ ମଧ୍ୟ ବିଭିନ୍ନ ସମୟରେ ଅନେକ ମଜାଦାର ଗେମ୍ ଖେଳିବାକୁ ସୁଯୋଗ ମିଳିଥାଏ । ଆପଣ ସିଧାସଳଖ ଗୁଗଲ୍ ଡୁଡଲ୍ କୁ ଯାଇ ପୁରୁଣା ଗେମ୍ ଗୁଡ଼ିକୁ ମଧ୍ୟ ଖେଳିପାରିବେ ।

Previous ବୋଲ୍ଟଙ୍କ ଘାତକ ବୋଲିଂ: ସିରିଜ୍ ହରେଇଲା ପାକିସ୍ତାନ
Next ଜଣଙ୍କ ମୃତ୍ୟୁ ପରେ କ'ଣ ହୁଏ ତାଙ୍କ ଫେସବୁକ୍ ଆକାଉଣ୍ଟ୍?

No Comment

Leave a reply

Your email address will not be published. Required fields are marked *