ନିର୍ବାଚନ ତାରିଖ ଘୋଷଣା ପରେ ଯେପରି ଲାଲ ବାହିନୀ ଅଧିକ ସକ୍ରିୟ ହୋଇପଡିଛି ରାଜ୍ୟରେ। ରବିବାର ରାତିରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁକୁରକୁଣ୍ଡ ଗାଁରେ ମାଓବାଦୀମାନେ ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରିବା ସହ ରାସ୍ତା କାମରେ ନିୟୋଜିତ ଜେସିବି ଏବଂ ହାଇୱା ଜାଳିଦେଇଥିବା ବେଳେ ଆଜି ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସକୁଙ୍ଗିଆ ଛକର ୫୯ ଜାତୀୟ ରାଜପଥ କଡ଼ରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି। ବଂଶଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟି ତରଫରୁ ଏହି ପୋଷ୍ଟର ଓ ବ୍ୟାନର ଲଗାଯାଇଥିଛି । ଏଥିରେ ଭୋଟ୍ ବର୍ଜନ କରିବାକୁ ନକ୍ସଲମାନେ ଆହ୍ୱାନ ଦେଇଛନ୍ତି। ଏହା ସହିତ ବିପ୍ଲବୀ ସରକାର ଗଢ଼ିବାକୁ ଅନୁରୋଧ କରିଛନ୍ତି। ଭୋଟ୍ କଥା ଯିଏ କହୁଛି ସିଏ ସାମ୍ରାଜ୍ୟବାଦର ଦଲାଲ ବୋଲି ଏହି ପୋଷ୍ଟର ଜରିଆରେ ମାଓବାଦୀ ଉଲ୍ଲେଖ କରିଥିଲେ। ମାଓ ପୋଷ୍ଟର ଦେଖି ସ୍ଥାନୀୟା ଲୋକ ଆତଙ୍କିତ ଥିବା ବେଳେ ପୋଲିସ ପକ୍ଷରୁ ପୋଷ୍ଟର ଗୁଡିକ ବାହାର କରାଯାଇଛି ।
ବାଲିଗୁଡ଼ାରେ ମାଓ ପୋଷ୍ଟର, ଭୋଟ୍ ବର୍ଜନ ପାଇଁ ଦେଲେ ଆହ୍ୱାନ
Fresh Maoist Posters Kandhamal

No Comment