ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲଦଣ୍ଡ ଭୋଗୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଆଜି ଲାଗିଛି ବଡ଼ ଝଟ୍କା । ସୁପ୍ରିମକୋର୍ଟ ଲାଲୁଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟଙ୍କ ଏହି ରାୟ ପରେ ଲାଲୁ ଜେଲରେ ରହିବା ସ୍ପଷ୍ଟ ହୋଇଯାଇଛି । ବର୍ତ୍ତମାନ ଲାଲୁ ରାଞ୍ଚିର ରିମ୍ସ ହସ୍ପିଟାଲରେ ଚିକିତ୍ସା କରାଉଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଲାଲୁଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଲାଲୁ ଜାମିନ ପାଇଁ ଆବେଦନ କରିଥିବା ବେଳେ ତ ସିବିଆଇ ପକ୍ଷରୁ ତାଙ୍କ ଜାମିନ ଆବେଦନକୁ ବିରୋଧ କରାଯିବା ସହ କୁହାଯାଇଥିଲା ଯେ, ଲାଲୁ ଏକ ଉଚ୍ଚ ପଦବୀରେ ରହି ଭ୍ରଷ୍ଟାଚାରରେ ସମ୍ପୃକ୍ତ ଥିଲେ। ଏଭଳି ମାମଲାରେ ଜାମିନ ପ୍ରଦାନ କରାଗଲେ ଖରାପ ପରମ୍ପରା ସୃଷ୍ଟି ହେବ। ଉଲ୍ଲେଖଯୋଗ୍ୟ, ୮୦ ଦଶକ ପରେ ବିହାରବାସୀଙ୍କ ପାଇଁ ଏହା ପ୍ରଥମ ନିର୍ବାଚନ ହେବ, ଯାହା ଲାଲୁଙ୍କ ବିନା ଉପସ୍ଥିତିରେ ହେବ।
ଲାଲୁ ଯାଦବଙ୍କୁ ମିଳିଲାନି ଜାମିନ
sc rejects lalus bail plea

No Comment