୪ ଦଫା ଦାବିରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବେ ଅଗ୍ନିଶମ କର୍ମଚାରୀ

fire team on strike from tomorrow

ଆସନ୍ତା କାଲିଠାରୁ ଚାରି ଦଫା ଦାବିରେ ଅଗ୍ନିଶମ ବିଭାଗ କର୍ମଚାରୀ ଆନ୍ଦୋଳନ କରିବେ । ଦାବି ପୂରଣ ନହେଲେ ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ପୋଲିସ ମାନଙ୍କ ପରି ଅଗ୍ନିଶମ କର୍ମଚାରୀଙ୍କ ସହ ସମାନ ଦରମା ଓ ଭତ୍ତା ପ୍ରଦାନ, ଠିକା ନିଯୁକ୍ତି ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦେବା, ଅବସର ପ୍ରାପ୍ତ କର୍ମଚାରୀଙ୍କୁ ବକେୟା ଅର୍ଥ ପ୍ରଦାନ,ଆଦି ଦାବି ସେମାନଙ୍କର ରହିଛି । ଏହି ଆନ୍ଦୋଳନରେ ରାଜ୍ୟର ୫ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ସାମିଲ ହେବେ । ବହୁଦିନ ଧରି ସରକାରଙ୍କ ପାଖରେ ନିଜର ଦାବି ଜଣେଇ ଆସୁଥିବା ବେଳେ ତାହା ପୂରଣ ନହେବାରୁ ଆନ୍ଦୋଳନକୁ ଓହ୍ଲାଉଥିବାର ସଂଘ ପକ୍ଷରୁ କୁହାଯାଇଛି ।

Previous ଜମ୍ମୁ ବସ୍‌ଷ୍ଟାଣ୍ଡରେ ଗ୍ରେନେଡ୍ ବିସ୍ଫୋରଣ:୨୬ ଆହତ
Next କଟକ ବଡ଼ ମେଡ଼ିକାଲ୍‌ରେ ଅଗ୍ନିକାଣ୍ଡ,ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି

No Comment

Leave a reply

Your email address will not be published. Required fields are marked *