ରାଜଧାନୀରେ ଚିହ୍ନଟ ହେଲା ୫ଟି ବ୍ଲାକସ୍ପଟ

finds 5 black spot in bbsr

ରାଜଧାନୀ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟିବା ପରେ କମିଶନରେଟ ପୁଲିସର ଚିନ୍ତା ବଢିଯାଇଛି। ବିଶେଷକରି ଏନଏଚରେ ଦୁର୍ଘଟଣା ଘଟିବା ଚିନ୍ତା ସୃଷ୍ଟି କରିଛି। ଏହି କିଛି ଦିନ ମଧ୍ୟରେ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଗଲାଣି , ଗୋଟିଏ ସପ୍ତାହରେ ଫ୍ଲାଏଓଭରରେ ଦୁର୍ଘଟଣା ଘଟି ୫ଜଣ ମଲେଣି । ତେଣୁ ଆଜି କଟକ-ଭୁବନେଶ୍ବର ଭିତର ଦେଇ ଯାଇଥିବା ଜାତୀୟ ରାଜପଥରେ ବ୍ଲାକସ୍ପଟ୍ ବା ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି। ପୁଲିସ କମିଶନଙ୍କ ନିର୍ଦେଶ ପରେ ଟ୍ରାଫିକ ପୁଲିସ ଏହି ବ୍ଲାକସ୍ପଟ ଚିହ୍ନଟ କରିଛନ୍ତି। ଚିହ୍ନଟ ହୋଇଥିବା ସ୍ଥାନଗୁଡିକ ହେଉଛି ଭୁବନେଶ୍ବରର ବାଟଭୁଆସୁଣୀ, ଆଇଗିଣିଆ, ପାହାଳ, ଆଚାର୍ଯ୍ୟ ବିହାର ଓଭର ବ୍ରିଜ୍ ଓ ସିଦ୍ଧାର୍ଥ ହୋଟେଲ ସମ୍ମୁଖ। ସେହି ସ୍ଥାନରେ ଗାଡି ଗୁଡିକର ଗତି କମାଇବା ପାଇଁ ରୋଡ୍ ବ୍ୟାରିଅର ଲଗାଯିବ। ରାତି ୯ଟା ପରେ ସେଠାରୁ ବ୍ୟାରିଅର କାଢି ଦିଆଯିବ। ଏନେଇ ଲୋକଙ୍କୁ ସଚେତନ କରାଯିବ ବୋଲି ଟ୍ରାଫିକ ଡିସିପି ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି।

Previous ରାଜ୍ୟ ସଂଗ୍ରହାଳୟରେ କଳ୍ପନା ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ପ୍ରଦର୍ଶିତ ହେଲା ପୋଷାକ
Next ଆସନ୍ତାକାଲି ଶପଥ ନେବେ ନବୀନ, ଆଜି ଶ୍ରୀଜଗନ୍ନାଥ ଦର୍ଶନ

No Comment

Leave a reply

Your email address will not be published. Required fields are marked *