କନ୍ଧମାଳରେ ପୁଲିସ ଓ ମାଓବାଦୀ ଗୁଳିବିନିମୟ: ମହିଳା ମାଓବାଦୀ ମୃତ

female nxele death in kandhamal

ଆଜି ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସକୁଙ୍ଗିଆ ଛକର ୫୯ ଜାତୀୟ ରାଜପଥ କଡ଼ରେ ମାଓବାଦୀ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଥିବା ବେଳେ ତୁମୁଡିବନ୍ଧ ଥାନା ନିକଟସ୍ଥ ଦଡକଙ୍ଗିଆ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବାର ସୂଚନା ମିଳିଛି। ଏହାସହ ଘଟଣାସ୍ଥଳରୁ ପୁଲିସ ୪ଟି ବନ୍ଧୁକ, ଗୁଳିଗୋଳା, ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଲ୍ୟାଣ୍ଡ ମାଇନ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ କରିଛି। ଘଟଣାସ୍ଥଳରେ ବହୁ ସଂଖ୍ୟକ ପୁଲିସ ଉପସ୍ଥିତ ରହି ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଏଥିରେ ଏସଓଜି ଓ ସିଆରପିଏଫର କୋବ୍ରା ଯବାନ ନିୟୋଜିତ ହୋଇଥିବାର ସୂଚନା ମିଳିଛି ।

Previous ରିଲିଜ୍‌ ହେଲା ‘କଲଙ୍କ’ର ଟିଜର:୨୧ ବର୍ଷ ପରେ ଏକାଠି ହେଲେ ସଞ୍ଜୟ-ମାଧୁରୀ 
Next ଗତ ନିର୍ବାଚନ ହିସାବ ନଦେଇ ତେଲେଙ୍ଗାନାର ୬୨ ପାର୍ଥୀ ଅଯୋଗ୍ୟ ଘୋଷିତ

No Comment

Leave a reply

Your email address will not be published. Required fields are marked *