ଆସନ୍ତାକାଲିଠାରୁ ଅନିଦ୍ଧିଷ୍ଟ କାଳପର୍ଯ୍ୟନ୍ତ ରାଜଧାନୀରେ ଧାରଣା ଦେବେ ଚାଷୀ !

Farmers To Go On Indefinite Strike From tomorrow!

ଆସନ୍ତାକାଲି ଭୁବନେଶ୍ୱରରେ ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ। ଏହାକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରାଯାଉଥିବା ଅଭିଯୋଗ ଆଣିଛନ୍ତି ସଂଘର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ତାଙ୍କ କହିବା ଅନୁଯାୟୀ ପୁଲିସ ବିଭିନ୍ନ ସ୍ଥାନରେ କୃଷକଙ୍କୁ ଅଟକାଉଛି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ହେଲେ ସରକାର ଏଥିରେ ସଫଳ ହେବେନି, ଭୁବନେଶ୍ୱରରେ ସମାବେଶ କରିବୁ। ଅନ୍ୟ ପକ୍ଷରେ ଜଗତସିଂହପୁର ନବନିର୍ମାଣ କୃଷକ ସଙ୍ଗଠନର ୧୦ରୁ ଅଧିକ ସଭ୍ୟ ଅଟକ ରଖାଯାଇଥିବା ସୂଚନା ମିଳିଛି । ଚାଷୀ ସମାବେଶକୁ ଯିବା ପୂର୍ବରୁ ବିଭିନ୍ନ ଥାନାରେ କୃଷକମାନଙ୍କୁ ଅଟକ ରଖିଛି ପୋଲିସ । ଆସନ୍ତାକାଲି ଭୁବନେଶ୍ୱରରେ ହେବକୁଥିବା ଏହି ଚାଷୀ ସମାବେଶରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଚାଷୀ ସାମିଲ ହେବେ ବୋଲି ସୂଚନା ମିଳିଛି । କାଲିଠାରୁ ଅନିଦ୍ଧିଷ୍ଟ କାଳପର୍ଯ୍ୟନ୍ତ ସଂଗଠନ ପକ୍ଷରୁ ଧାରଣା ଦିଆଯିବ ବୋଲି ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଥିଲା । ଏଠାରେ ସୂଚନା ଥାଉକି ପ୍ରାଇସ, ପ୍ରେଷଟିଜ,ପେନସନ ପାଇଁ ଆନ୍ଦୋଳନ କରି ଆସୁଛି ।

Previous ବଲାଙ୍ଗିର ସଇଁତଳାରେ କଲରାପତରିଆ ବାଘର ମୃତଦେହ ଠାବ
Next ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲା: ୨୨ରେ ଦୁଇଦିନ ପାଇଁ ପୁରୀ ଆସିବେ ନୂଆ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର

No Comment

Leave a reply

Your email address will not be published. Required fields are marked *