ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫନି’ ସ୍ଥଳଭାଗ ଛୁଇଁବା ପରେ ଉଗ୍ରରୂପ ନେବ। ‘ତିତ୍ଲି’ ଅପେକ୍ଷା ଏହାର ପ୍ରଭାବ ବେଶୀ ପଡ଼ିପାରେ, ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଏହା ମଛିଲିପଟନମ୍ ଠାରୁ ୭୬୦ କିମି ଦୂରରେ ରହିଛି। ତେବେ ମେ’ ୧ ତାରିଖରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବାର ଆଶଙ୍କା ରହିଛି। ଏହାପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ଏବଂ ଓଡ଼ିଶା ଉପକୂଳ ମୁହାଁ ହେବ। ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏହାସହ ଦକ୍ଷିଣ ଓଡ଼ିଶା ଉପକୂଳରେ ଥିବା ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ‘ଫନି’ର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟ ସରକାର ପ୍ରଭାବିତ ହେବାକୁ ଥିବା ୩ଟି ଉପକୂଳବର୍ତ୍ତୀ ଜିଲ୍ଲା ଗଞ୍ଜାମ, କେନ୍ଦ୍ରାପଡା ଓ ପୁରୀର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲାପାଳ ଓ ଅନ୍ୟ ବରିିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲାମୁଖ୍ୟାଳୟ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ୨୦ଟି ଓଡ୍ରାଫ, ୧୨ଟି ଏନଡିଆରଏଫ ଓ ରାଜ୍ୟ ଅଗ୍ନିଶମ ବିଭାଗକୁ ସଜାଗ ରଖାଯାଇଛି । ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ୪ ରାଜ୍ୟକୁ ଅଗ୍ରିମ ସହାୟତା ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ୧୦୮୬ କୋଟି ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ଜାତୀୟ ବିପତ୍ତି ପରିଚାଳନା କମିଟି(ଏନସିଏମସି) ବୈଠକରେ ନିଷ୍ପତ୍ତି ଅନୁସାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଷ୍ଟେଟ୍ ଡିଜାଷ୍ଟର ରେସ୍ପନ୍ସ ଫଣ୍ଡ(ଏସଡିଆରଏଫ)କୁ ଟଙ୍କା ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। ଆନ୍ଧ୍ରପ୍ରଦେଶ ପାଇଁ ୨୦୦ କୋଟି ୨୫ ଲକ୍ଷ ଟଙ୍କା ଘୋଷଣା କରାଯାଇଥିବାବେଳେ ଓଡ଼ିଶାକୁ ୩୪୦ କୋଟି ୮୭ ଲକ୍ଷ, ତାମିଲନାଡୁକୁ ୩୦୯ କୋଟି ୩୭ ଲକ୍ଷ ଏବଂ ପଶ୍ଚିମବଙ୍ଗକୁ ୨୩୫ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। ବାତ୍ୟାର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ନେବା ସହ ଲୋକମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାରେ ଏହି ଅର୍ଥ ଖର୍ଚ୍ଚ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ମାଡି ଆସୁଛି ‘ଫନି’, କେନ୍ଦ୍ର-ରାଜ୍ୟର ପ୍ରସ୍ତୁତି ଜୋରଦାର
fani will be stronger than titli

No Comment