ଜଣଙ୍କ ମୃତ୍ୟୁ ପରେ କ’ଣ ହୁଏ ତାଙ୍କ ଫେସବୁକ୍ ଆକାଉଣ୍ଟ୍?

Facebook after death of the user

ଇଣ୍ଟରନେଟ ଓ ସ୍ମାର୍ଟଫୋନର ବ୍ୟବହାର ବ୍ୟାପକ ହେବା ସହ ଫେସବୁକର ଲୋକପ୍ରିୟତା ମଧ୍ୟ ବଢ଼ିଚାଲିଛି । କେବଳ ଯୁବପିଢି଼ ନୁହନ୍ତି, ଆଜିକାଲି ପ୍ରାୟ ସବୁ ବର୍ଗର ଲୋକ ଫେସବୁକରେ ଅଛନ୍ତି । କିଏ ଫେସବୁକରେ ଫଟୋ ଅପଲୋଡ୍ କରୁଛି, ତ ଆଉ କିଏ ସେଠାରେ ନିଜ କଳା ଓ ସୃଜନଶୀଳତାକୁ ପ୍ରକାଶ କରୁଛି । ଆଉ କିଏ କିଏ ଫେସବୁକରେ ସାହିତ୍ୟ କିମ୍ବା ରାଜନୈତିକ ଚର୍ଚ୍ଚା କରୁଛି । କେବଳ ଏତିକି ନୁହେଁ, ବହୁ ବିଶିଷ୍ଟ ବ୍ୟକ୍ତି ଓ ସେଲିବ୍ରିଟିମାନେ ମଧ୍ୟ ଫେସବୁକ ଆକାଉଣ୍ଟ ଖୋଲି ସେମାନଙ୍କ ପ୍ରଶଂସକଙ୍କ ସହ ସିଧାସଳଖ ଯୋଗାଯୋଗରେ ରହୁଛନ୍ତି । କହିବାକୁ ଗଲେ, ଫେସବୁକ ଏବେ ଅନେକଙ୍କ ଜୀବନର ଏକ ଅଙ୍ଗ ପାଲଟିଯାଇଛି । କିନ୍ତୁ ଆପଣ ଜାଣିଛନ୍ତି କି, ଯଦି ଜଣଙ୍କ ମୃତ୍ୟୁ ଘଟେ, ତେବେ ତାଙ୍କ ଫେସବୁକ ଆକାଉଣ୍ଟର କ’ଣ ହୁଏ? ଅର୍ଥାତ୍ ମୃତ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଫେସବୁକ ପକ୍ଷରୁ ବନ୍ଦ କରିଦିଆଯାଏ ନା ତାହା ସବୁଦିନ ଉପଲବ୍ଧ ରହେ?

ପ୍ରକୃତରେ ଜଣଙ୍କ ପରଲୋକ ହେବା ପରେ ତାଙ୍କ ଆକାଉଣ୍ଟଟି ସେହିପରି ରହେ । ଡିଲିଟ ହୁଏ ନାହିଁ । ତେବେ ତାଙ୍କ ସ୍ମୃତିରେ ଫେସବୁକରେ ସେ ପୋଷ୍ଟ କରିଥିବା ଫଟୋ, ପୋଷ୍ଟ, ଭିଡିଓ ଆଦିକୁ ସବୁଦିନ ଲାଗି ସାଇତି ରଖିବା ପାଇଁ ଚାହିଁଲେ, ତାଙ୍କର କେହି ଫେସବୁକ ଫ୍ରେଣ୍ଡ୍ ସେହି ଆକାଉଣ୍ଟଟିକୁ ମେମୋରାଲାଇଜଡ୍ ଆକାଉଣ୍ଟରେ ପରିବର୍ତ୍ତନ କରିପାରିବେ । ଏହି ବ୍ୟବସ୍ଥା ଫେସବୁକ ପକ୍ଷରୁ ରହିଛି । କିନ୍ତୁ ଯିଏ ମୃତ ବନ୍ଧୁଙ୍କ ଆକାଉଣ୍ଟକୁ ମେମୋରାଲାଇଜଡ୍ କରିବା ପାଇଁ ଆବେଦନ କରିବେ, ସେ ସମ୍ପୃକ୍ତ ବନ୍ଧୁଙ୍କ ମୃତ୍ୟୁ ସମ୍ପର୍କିତ ଫଟୋ, ଭିଡିଓ କିମ୍ବା ମୃତ୍ୟୁ ପ୍ରମାଣ ପତ୍ର ଫେସବୁକ ନିକଟକୁ ପଠାଇବେ । କୌଣସି ଆକାଉଣ୍ଟକୁ ମେମୋରାଲାଇଜଡ୍ କଲେ ସେହି ଦିବଂଗତ ବ୍ୟକ୍ତିଙ୍କ ନାଁ ପାଖରେ ‘ରିମେମ୍ବରିଂ’ (Remembering) ଲେଖା ରହିବ ଏବଂ ସେହି ଆକାଉଣ୍ଟରେ କେହି ଲଗ୍ ଇନ କରିପାରିବେ ନାହିଁ । ତେଣୁ ଏହା ହ୍ୟାକ୍ ହେବାର ଆଶଙ୍କା ପ୍ରାୟ ନଥାଏ । ଯଦି ମୃତ୍ୟୁ ପୂର୍ବରୁ ୟୁଜର୍ ଅନୁମତି ଦେଇଥାନ୍ତି, ତେବେ ତାଙ୍କ ମୃତ୍ୟୁ ପରେ ମେମୋରାଲାଇଜଡ୍ ଟାଇମଲାଇନରେ ବନ୍ଧୁ ମାନେ କୌଣସି ଫଟୋ କିମ୍ବା ପୋଷ୍ଟ୍ ସେୟାର୍ କରି ପାରିବେ । ମେମୋରାଲାଇଜଡ୍ ଆକାଉଣ୍ଟ ପବ୍ଲିକ ସ୍ପେଶରେ ଅର୍ଥାତ୍ ଫ୍ରେଣ୍ଡ୍ ସଜେସନ୍, ପିପଲ୍ ୟୁ ମେ ନୋ ଏବଂ ବର୍ଥ ଡେ ରିମାଇଣ୍ଡର ଆଦିରେ ଆସିବ ନାହିଁ ।

ତେବେ ଜଣେ ୟୁଜର୍ ଚାହିଁଲେ ଜୀବିତ ଅବସ୍ଥାରୁ ହିଁ ନିଜ ନିଷ୍ପତ୍ତି ଅନୁସାରେ ଫେସବୁକକୁ ନିର୍ଦ୍ଦେଶ ଦେଇପାରିବ ଯେ, ତାଙ୍କ ଅନ୍ତେ ତାଙ୍କ ଫେସବୁକ ଆକାଉଣ୍ଟଟି ମେମୋରାଲାଇଜଡ୍ ଆକାଉଣ୍ଟ ହୋଇ ରହିବ ନା ଡିଲିଟ କରିଦିଆଯିବ । ଯଦି ମେମୋରାଲାଇଜଡ୍ ଆକାଉଣ୍ଟ ହୋଇ ରହିବ, ତେବେ ସେ ଚାହିଁଲେ କୌଣସି ନିର୍ଦ୍ଦିଷ୍ଟ ବନ୍ଧୁଙ୍କୁ ସେ ଲିଗାସି କଣ୍ଟାକ୍ଟ ଭାବେ ସେଟିଂ ଅପସନ୍କୁ ଯାଇ ସେଟ୍ କରିପାରିବେ । ଲିଗାସି କଣ୍ଟାକ୍ଟ ଭାବେ ଯାହାଙ୍କୁ ସେଟ୍ କରାଯାଇଥିବ, ସେ ମେମୋରାଲାଇଜଡ୍ ଆକାଉଣ୍ଟର ପ୍ରୋଫାଇଲ ଓ କଭର୍ ଫଟୋ ବଦଳାଇବା, ଫ୍ରେଣ୍ଡ ରିକ୍ବେଷ୍ଟ ଆକ୍ସେପ୍ଟ କରିବା ଓ ଆକାଉଣ୍ଟ ଡିଲିଟ କରିବା ଭଳି କାର୍ଯ୍ୟ କରିପାରିବ ।

Previous ଜାଣନ୍ତି କି? ଗୁଗଲ୍ ସର୍ଚ୍ଚରେ ଖେଳିହେବ ଏହି ସବୁ ମଜାଦାର୍ ଗେମ୍
Next ଋଷଭ ପନ୍ତଙ୍କ ନୂଆ କୀର୍ତ୍ତିମାନ: ମାତ୍ର ୩୨ଟି ବଲ୍ ରେ ଶତକ

No Comment

Leave a reply

Your email address will not be published. Required fields are marked *