ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଗସ୍ତ କରିଥିବା ବେଳେ ଦଳୀୟ ସମାବେଶରେ ଆସି ଆଜି ବିଜେଡିରେ ମିଶିଛନ୍ତି ବରିଷ୍ଠ ନେତା ନବ ଦାସ। ସପ୍ତାହେ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଝାରସୁଗୁଡ଼ା ବିଧାୟକ ନବ ଦାସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ତାଙ୍କ ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହୋଇଛନ୍ତି। ଏହି ଅବସରରେ ବିଜେଡିର ସମ୍ବଲପୁର ବିଧାୟକ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ଅନୁପ ସାଏ ପ୍ରମୁଖ ଉପସ୍ଥିତ ଥିଲେ। ଜାନୁଆରୀ ୧୬ ତାରିଖରେ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଅବଶ୍ୟ କଂଗ୍ରେସ କହିଛି ଯେ ସେ ଇସ୍ତଫା ଦେବା ପୂର୍ବରୁ ଦଳ ତାଙ୍କୁ ବହିଷ୍କାର କରିଥିଲା। ବିଜେଡିରେ ମିଶିବା ନେଇ ସେ କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ମଧ୍ୟ । ତାଙ୍କ ଅଞ୍ଚଳବାସୀ ଚାହୁଁଥିବା ଯୋଗୁ ସେ ବିଜେଡିରେ ମିଶିବେ ବୋଲି ଲେଖିଥିଲେ ନବ ।
ଶଙ୍ଖ ଧରିଲେ ନବ
excongress leader and jharsuguda mla naba das joins bjd

No Comment