ଆରମ୍ଭ ହେଲା ଯୁକ୍ତ ଦୁଇ ଖାତା ଦେଖା

evaluation of plus two answer sheets to begin today

ଆଜିଠାରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେଉଛି।ଦୁଇଟି ପର୍ଯ୍ୟାୟରେ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର କିଛି ବିଷୟର ଉତ୍ତର ଖାତା ଇ-ମୂଲ୍ୟାୟନ ଏବ˚ କଳା ବିଭାଗ ବିଷୟର ମାନୁଆଲ୍‌ ମୂଲ୍ୟାୟନ ହେବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୮ରୁ ୨୨ ଓ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୩ରୁ ଖାତା ଦେଖା ହେବ। ଦୁଇଟି ପର୍ଯ୍ୟାୟ‌ରେ ୧୬ ହଜାର ଅଧ୍ୟାପକ ନିୟୋଜିତ ହେବେ। ଇତି ମଧ୍ୟରେ ଉତ୍ତର ଖାତାଗୁଡ଼ିକର ସ୍କାନିଂ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ଥର ୫୮ଟି ମାନୁଆଲ୍‌ ଓ ୩୬ଟି ଇ-ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ମେ’ ପ୍ରଥମ ସପ୍ତାହ ସୁଦ୍ଧା ମୂଲ୍ୟାୟନ ପ୍ରକ୍ରିୟା ଶେଷ କରି ଜୁନ୍‌ ପ୍ରଥମ ସପ୍ତାହ ଭିତରେ ସମସ୍ତ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ମୂଲ୍ୟାୟନକାରୀ ଅଧ୍ୟାପକମାନେ ନିର୍ଧାରିତ ସମୟରେ କେନ୍ଦ୍ରରେ ପହଞ୍ଚିବେ। ପ୍ରତିଦିନ ଖାତା ଦେଖୁଥିବା ଅଧ୍ୟାପକଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟ ଏକ ରେଜିଷ୍ଟ୍ରରରେ ଉଲ୍ଲେଖ କରାଯିବ। ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ୍‌ ଓ ବୈଦ୍ୟୁତିକ ସାମଗ୍ରୀ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୂଲ୍ୟାୟନ ଚାଲିବ।

Previous ନାମାଙ୍କନ ଦାଖଲ କରିବେ ବୈଜୟନ୍ତ,ବିଜୟ-ନିରଞ୍ଜନ
Next ଡିଜିପି ଦାୟିତ୍ୱରେ ବିକେ ଶର୍ମା

No Comment

Leave a reply

Your email address will not be published. Required fields are marked *