କୃଷି ଓଡ଼ିଶା-୨୦୨୦: କୃଷି ଉଦ୍ୟୋଗ ଓ ଷ୍ଟାର୍ଟଅପ୍ ଉପରେ ଆଲୋଚନା ଚକ୍ର

discussion on agri-entrepreneurship and startup

ରାଜ୍ୟର ପ୍ରତି ବ୍ଲକରୁ ଅତି କମରେ ୧୦ ଜଣ କୃଷି ଉଦ୍ୟୋଗିଙ୍କୁ ଠାବ କରିବା ଲାଗି ସରକାର ବ୍ଲକ ସ୍ତରରେ କାର୍ଯ୍ୟରତ ସବୁ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୃଷିର ଉନ୍ନତିରେ ହିଁ ରାଜ୍ୟ ବା ଦେଶରେ ସୃଷ୍ଟ ନିଯୁକ୍ତି ସମସ୍ୟାର ସୁସମାଧାନ ହୋଇପାରିବ ବୋଲି ସରକାର ହୃଦୟଙ୍ଗମ କରିଥିବା କୃଷି ତଥା କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ.ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଡଃ.ସାହୁ ମତ୍ସ୍ୟ ନିର୍ଦ୍ଦେଶଳାୟର ୱେବସାଇଟ www.odishafisheries.nic.in ଉଦଘାଟନ କରିଥିଲେ । ସଫଳ କୃଷି ଉଦ୍ୟୋଗି ଏବଂ ଷ୍ଟାର୍ଟଅପ୍ ମାନଙ୍କୁ ନେଇ କୃଷି ଓଡ଼ିଶା ପରିସରରେ ଥିବା ବ୍ରାହ୍ମଣୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମତ୍ସ୍ୟ ନିର୍ଦ୍ଦେଶକ ଏନ୍‌.ତିରୁମଲ୍ଲା ନାୟକ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ଡଃ.ସୌରଭ ଗର୍ଗ, ମତ୍ସ୍ୟ ଓ ପଶୁ ସମ୍ପଦ ସଚିବ ଆର. ରଘୁପ୍ରସାଦ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ. ମୁଥୁ କୁମାର ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଡ଼ିନ୍ ପି.ରାଉଳ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କୃଷି ଉଦ୍ୟୋଗ ତଥା ଷ୍ଟାର୍ଟଅପ ଉପରେ ଆଲୋକ ପାତ କରିଥିଲେ ।

Previous କୃଷି ଓଡ଼ିଶା-୨୦୨୦: ପଞ୍ଜୁରୀ ଭିତରେ ମାଛ ଚାଷ ନେଇ ଆଲୋଚନା ଚକ୍ର
Next ସରିଲା କୃଷି ଓଡ଼ିଶା-୨୦୨୦

No Comment

Leave a reply

Your email address will not be published. Required fields are marked *