ଦୀପିକା କକରଙ୍କୁ ଏସିଡ ଫୋପାଡ଼ି ମାରିଦେବାକୁ ଧମକ ଦେଇଛନ୍ତି ଶ୍ରୀସନ୍ଥଙ୍କ ଫ୍ୟାନ୍!

Dipika Kakar gets acid attack threat from Sreesanth's fan

ବିଗବସ୍-୧୨ର ବିଜେତା ଦୀପିକା କକର ଓ ଶ୍ରୀସନ୍ଥ ଶୋ’ରେ ଭାଇଭଉଣୀ ଭାବେ ବେଶ୍ ଚର୍ଚ୍ଚାରେ ରହିଥିଲା । ଦୀପିକା ବିଜେତା ହେବାସହ ଶ୍ରୀସନ୍ଥ ପ୍ରଥମ ରନରସ୍ ଅପ ହୋଇଥିଲେ । ବିଗବସ୍ ବିଜେତା ହେବା ପରେ ଦୀପିକା ସୋସିଆଲ ମିଡ଼ିଆରେ ଶ୍ରୀସନ୍ଥଙ୍କ ଉଦ୍ଦେଶ୍ୟରେ ଏକ ଭାବପ୍ରବଣାତ୍ମକ ଲେଖା ପ୍ରକାଶ କରିଥିଲେ । ଯେଉଁଥିରେ ସେ ଶ୍ରୀସନ୍ଥଙ୍କୁ ବହୁତ ମିସ୍ କରୁଥିବାର ମଧ୍ୟ କହିିଥିଲେ । ସବୁପରେବି ଏହି ଦୁଇଜଣଙ୍କ ଫ୍ୟାନ ଓ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ସମାପ୍ତ ହୋଇନାହିଁ । କେହି କେହି ଦୀପିକାଙ୍କୁ ପ୍ରସଂଶା କରୁଥିବାବେଳେ ଅନେକ କହୁଛନ୍ତି ଶ୍ରୀସନ୍ଥଙ୍କ ପାଇଁ ଦୀପିକା ବିଜେତା ହୋଇ ପାରିଛନ୍ତି । ଦୀପିକାଙ୍କ ବିଜୟ ଶ୍ରୀସନ୍ଥଙ୍କ ଫ୍ୟାନଙ୍କ ମଧ୍ୟରେ ନିରଶା ଆଣିବା ସହ କ୍ରୋଧିତ ମଧ୍ୟ କରିଛିି । ଯାହାର ଝଲକ ଏବେ ଟୁଇଟରେ କରାଯାଇଥିବା ଏକ ପୋଷ୍ଟରୁ ଜଣାପଡ଼ିଛି । ଶ୍ରୀସନ୍ଥ ରିୟଲ ଫ୍ୟାନ୍ ନାମରେ ତିଆରି ହୋଇଥିବା ଗୋଟିଏ ଆକାଣ୍ଟରେ ଦୀପିକାଙ୍କୁ ଏସିଡ଼ି ଫୋପାଡ଼ି ମାରି ଦେବାର ଧମକ ମିଳିଛି । ଏହି ପୋଷ୍ଟରେ ଦୀପିକାଙ୍କୁ ଗାଳିକରାଯିବା ସହ କୁହାଯାଇଛି ମୁଁ ମୁମ୍ବାଇରେ ରହୁଛି ତତେ ଦେଖିଲେ ଏସିଡ଼ି ଫୋପାଡ଼ି ମାରିଦେବି । ଏହି ପୋଷ୍ଟ ଦ୍ୱାରା ଧମକ ପାଇବା ପରେ ପୁଲିସ ପାଖରୁ ସହାୟତା ଆଶା କରିବା ସହ ପୋଷ୍ଟକରିଥିବା ବ୍ୟକ୍ତିକୁ ଗିରଫ କରିବା ପାଇଁ ମୁମ୍ବାଇ ପୁଲିସକୁ ଟୁଇଟର ଦ୍ୱାରା ଅନୁରୋଧ କରିଛନ୍ତି ।

Previous ବିନା ସୁଧରେ ଏସ୍ଏଚଜି ପାଇବେ ଋଣ
Next ଭାରତ ବନ୍ଦର ଦ୍ଵିତୀୟ ଦିନରେ ପ୍ରଭାବିତ ଜନଜୀବନ

No Comment

Leave a reply

Your email address will not be published. Required fields are marked *