ନୂଆବର୍ଷରୁ ରାତିରେ ଖୋଲିବ ଆହାର କେନ୍ଦ୍ର

Aahar centres near hospitals across Odisha

ଏଣିକି ରାତିରେ ଖୋଲିବ ଆହାର କେନ୍ଦ୍ର । ଆସନ୍ତା ଜାନୁଆରୀ ପହିଲାରୁ ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଘୋଷଣା ଗୁରୁବାର କରିଛନ୍ତି । ତେବେ ପୌରାଞ୍ଚଳଗୁଡ଼ିକରେ କେବଳ ଡାକ୍ତରଖାନା ନିକଟରେ ଥିବା ୫୪ଟି ଆହାର କେନ୍ଦ୍ର ରାତିରେ ଖୋଲା ରହିବ । ଏବେ ଡାକ୍ତରଖାନକୁ ଦୂର ସ୍ଥାନରୁ ଆସୁଥିବା ଲୋକମାନେ ଦିନରେ ମାତ୍ର ୫ ଟଙ୍କାରେ ଆହାର କେନ୍ଦ୍ରରେ ଭାତ ଡାଲମା ଖାଇ ପାରୁଛନ୍ତି । ରୋଗୀ ମାନଙ୍କ ସର୍ମ୍ପକୀୟଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ଥିବା ଆହାର କେନ୍ଦ୍ର ମାନଙ୍କରେ ରାତ୍ରି ଭୋଜନ ବ୍ୟବସ୍ଥା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ବର୍ଷରୁ ସରକାରଙ୍କ ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ଅନଲାଇନରେ ଦାନ ଗ୍ରହଣ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯିବ । ଲୋକମାନେ ସେମାନଙ୍କ ପ୍ରିୟଜନଙ୍କ ଜନ୍ମ ଦିବସ, ବିବାହ ବାର୍ଷିକୀ ଓ ଶ୍ରାଦ୍ଧ ଦିବସ ଅବସରରେ ଚାହିଁଲେ ଆହାର କେନ୍ଦ୍ର ଜରିଆରେ ଲୋକମାନଙ୍କୁ ଖାଇବାକୁ ଦେଇପାରିବେ। ଏଥିପାଇଁ କେବଳ ଅନଲାଇନ ମାଧ୍ୟମରେ ଦାନ ଗ୍ରହଣଟ କରାଯିବ ଓ ଏଥିରେ ଶତପ୍ରତିଶତ ଆୟକର ରିହାତି ମିଳିବ ।

Previous ରାଜ୍ୟରେ ଆରମ୍ଭ ହେଲା ଇ-ଚାଲାଣ ବ୍ୟବସ୍ଥା, କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡରୁ ନଗଦ ଅର୍ଥ ସଂଗ୍ରହ
Next କପିଲଙ୍କ ବିବାହରେ ସୁନୀଲ ଖୁସି

No Comment

Leave a reply

Your email address will not be published. Required fields are marked *