ପୂର୍ବତନ ରାଜ୍ୟସଭା ସାଂସଦ ତଥା ଭାରତୀୟ ଜାତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତୀର୍କିଙ୍କୁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର(ଓଟିଡିସି) ଅଧ୍ୟକ୍ଷ ଭାବେ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାର୍ଚ୍ଚ ୨୨, ୨୦୧୨ରେ ବିଜେଡି ଦଳ ପକ୍ଷରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଶ୍ରୀ ତିର୍କି । ଚଳିତ ବର୍ଷ ଏପ୍ରିଲ ୨ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା । ଓଡିଶା ପର୍ଯ୍ୟଟନକୁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ୧୯୭୯ରେ ପ୍ରତିଷ୍ଠିତ ହୋଇଥିଲା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ । ପର୍ଯ୍ୟଟନ ବଙ୍ଗଳାର ରକ୍ଷଣାବେକ୍ଷଣ ତଥା ପରିବହନ ସେବା ଯୋଗାଇଥାଏ ଓଟିଡିସି ।
ଦିଲ୍ଲୀପ ତୀର୍କି ଓଟିଡିସି ନୂଆ ଅଧ୍ୟକ୍ଷ
Dillip Tirkey OTDC New Chairman

No Comment