ପରୀକ୍ଷା ସମୟରେ ଖାଦ୍ୟପେୟ

Diet during exam

Diet during exam time

ପରୀକ୍ଷା ଋତୁ ପାଖେଇ ଆସିଲେ ବିଦ୍ୟାର୍ଥୀମାନଙ୍କ ସହ ଅଭିଭାବକମାନଙ୍କ ଚିନ୍ତା ବି ବଢ଼ିଯାଏ । ଛାତ୍ରୀ- ଛାତ୍ରମାନେ ପଢ଼ାରେ ବ୍ୟସ୍ତ ରହିି ନିଜର ଯତ୍ନ ନେବାକୁ ଭୁଲି ଯାଆନ୍ତି । ଠିକ୍ ସମୟରେ ଖାଇବା, ଗାଧେଇବା, ଶୋଇବା ଇତ୍ୟାଦିର ଖିଆଲ ରଖନ୍ତିନିି । ତା’ ସହ ପରୀକ୍ଷା ପାଇଁ ଅଧିକ ଚାପ ନେବା ଦ୍ୱାରା ଏହାର କୁପ୍ରଭାବ ଉଭୟ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ିଥାଏ । ପରୀକ୍ଷାର ପ୍ରାୟ ମାସକ ଆଗରୁ ପିଲାମାନଙ୍କର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ତେବେ ଜାଣନ୍ତୁ ପରୀକ୍ଷା ଋତୁରେ କ’ଣ ଖାଇବେ କ’ଣ ନାହିଁ…

  • ଯେତେ ଦୂର ସମ୍ଭବ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଭୋଜନରେ ସାମିଲ କରନ୍ତୁ । ଅଧିକ ତେଲ ମସଲା ଥିବା ଖାଦ୍ୟ ଠାରୁ ପିଲାମାନଙ୍କୁ ଦୂରେଇ ରଖିବା ଭଲ ।
  • ଭିଜା ପେସ୍ତା ବାଦାମରୁ ୨ଟି ପ୍ରତିଦିନ ସକାଳେ ନିୟମିତ ଖାଇବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ।
  • ସନ୍ତୁଳିତ ଭୋଜନ ସହ ଦହି ଓ ସାଲାଡ୍ ସାମିଲ କରିପାରିଲେ ଅଧିକ ଲାଭକର ହୋଇଥାଏ ।
  • ସକାଳର ଜଳଖିଆ ଆମକୁ ଦିନଯାକର ଉର୍ଜା ପ୍ରଦାନ କରିଥାଏ ତେଣୁ ଏହାକୁ ବାଦ ଦେବା ଉଚିତ ନୁହେଁ । ଜଳଖିଆରେ ସେଓ, କଦଳୀ, ଡ଼ାଳିମ୍ବ ଇତ୍ୟାଦି ଯେକୌଣସି ଫଳରୁ ଗୋଟେ କିମ୍ବା ଫଳ ରସ ସାମିଲ କରନ୍ତୁ । ଏହାସହ ଗଜା ମୁଗ, ସିଝା ଅଣ୍ଡା, ମିଲ୍କ୍‌ସେକ୍‌, ଓଟସ୍‌, ଉପମା, ପରଟା ଇତ୍ୟାଦି ସାମିଲ କରି ପାରିବେ ।
  •  ସେହିଭଳି ମଧ୍ୟାହ୍ନ ଭୋଜନକୁ ଅଣ ଦେଖା କରନ୍ତୁ ନାହିଁ । ଏହି ସମୟରେ ଆପଣ ଭାତ ବା ରୁଟି ସହ ଡାଲି/ଡାଲମା, ସନ୍ତୁଳା, ଶାଗ ଭଜା, ଅଣ୍ଡା, ମାଛ, ମାଂସ ଇତ୍ୟାଦି ଖାଇ ପାରିବେ । ମଧ୍ୟାହ୍ନଭୋଜନ ପରେ ଅଳ୍ପ ସମୟ ବିଶ୍ରାମ ନେବା ମସ୍ତିସ୍କ ପାଇଁ ଭଲ ହୋଇଥାଏ ।
  •  ସବୁବେଳେ ରାତ୍ରି ଭୋଜନ ହାଲୁକା ହେବା ଦରକାର । ଅଧିକ କାଫିନ୍ ଯୁକ୍ତ ଖାଦ୍ୟପେୟ ଠାରୁ ନିବୃତ ରହିବା ଉଚିତ । ରାତି ଖାଦ୍ୟରେ ରୁଟି, ବ୍ରେଡ଼, ଖେଚୁଡି, କ୍ଷୀର, ସନ୍ତୁଳା, ଡ଼ାଲମା, ପରିବା ସିଝା, ସାଲଡ଼ ଆଦି ଖାଆନ୍ତୁ । ଏହାସହ ସୁପ୍ ମଧ୍ୟ ସାମିଲ କରି ପାରିବେ ।
  •  ରାତିରେ ଶୋଇବା ପୂର୍ବରୁ ହଳଦୀ କ୍ଷୀର ପିଇଲେ ଭଲ ନିଦ ହୁଏ । ଯେଉଁମାନଙ୍କୁ ହଳଦୀ କ୍ଷୀର ପସନ୍ଦ ନୁହେଁ ସେମାନେ କ୍ଷୀରରେ ଯେକୌଣସି ଫ୍ଲେଭରର ପ୍ରୋଟିନ୍ ପାଉଡର ଗୋଳେଇ ପିଇ ପାରିବେ ।
  •  ଏକା ଥରେ ଅଧିକ ଭୋଜନ ନ କରି ମଧ୍ୟ ଅଳ୍ପ ଅଳ୍ପ କରି ଦିନକୁ ୫-୬ ଥର ଖାଇ ପାରିବେ ।
  •  ଶରୀରରେ ଦେଖାଦେଉଥିବା ଜଳାଭାବକୁ ଦୂର କରିବା ପାଇଁ ଦିନିକୁ  ୨ ରୁ ୩ ଲିଟର ପାଣି ପଅନ୍ତୁ ।
  • ସକାଳେ ହାଲୁକା ସୂର୍ଯ୍ୟ କିରଣରେ ଚଲାବୁଲା କରିବା ଶରୀର ପାଇଁ ଉତ୍ତମ ହୋଇଥାଏ ଓ ମନ ଫୁର୍ତ୍ତି ରୁହେ ।     ଉତ୍ତମ ଖାଦ୍ୟ ପେୟ ସହ ଉଭୟ ଅଭିଭାବକ ଓ ପିଲାମାନେ ପରସ୍ପର ସହ କିଛି ସମୟ ବିତେଇଲେ ଘରର ପରିବେଶ ଚାପମୁକ୍ତ ରହିଥାଏ ।
Previous ରାଜ୍ୟ ବଜେଟ୍ ଅଧିବେସନ ଆରମ୍ଭ
Next ବିଧାନସଭା ବଜେଟ୍ ଅଧିବେସନ, ପ୍ରଥମରୁ ମୁଲତବି

No Comment

Leave a reply

Your email address will not be published. Required fields are marked *