ମାମିର ନୂଆ ଚେୟାରମ୍ୟାନ ହେଲେ ଦୀପିକା

Deepika padukone appointed as the new chairperson of MAMI

ବଲିଉଡର ଆଗଧାଡିରେ ରହିଥିବା ସଫଳ ନାୟିକାଙ୍କ ମଧ୍ୟରେ ଦୀପିକା ପାଦୁକାନ ହେଉଛନ୍ତି ଅନ୍ୟତମ । ତାଙ୍କ ଅଭିନୀତ ଫିଲ୍ମର ସଫଳତା ହେଉ ବା ବିବାହ ସବୁଥିରେ ସେ ଚର୍ଚ୍ଚାର ପାତ୍ର ପାଲଟିଥାନ୍ତି । ଏବେ ଦୀପିକାଙ୍କୁ ମିଳିଛି ଆଉ ଏକ ବଡ଼ ସଫଳତା । ମୁମ୍ବାଇ ଏକାଡେମୀ ଅଫ ମୁଭିଙ୍ଗ ଇମେଜ (ମାମି)ର ନୂଆ ଚେୟାରମ୍ୟାନ ଭାବେ ସେ ନିଯୁକ୍ତ ହୋଇଛନ୍ତି । ତାଙ୍କ ପୂର୍ବରୁ କିରନ ରାଓ ଚାରି ବର୍ଷ ଧରି ଏହି ଦାୟିତ୍ୱ ତୁଲାଉଥିଲେ । ଏନେଇ ଦୀପିକା କହିଛନ୍ତି ଏହା ମୋ ପାଇଁ ଖୁସିର ବିଷୟ ତାହାସହ ବଡ଼ ଦାୟିତ୍ୱ ମଧ୍ୟ । କିରନ ଦୀପିକାଙ୍କୁ ତାଙ୍କ ଦାୟିତ୍ୱ ଦେବା ସହ ଅଭିନନ୍ଦନ ଜଣାଇ ଛନ୍ତି। ଆବଶ୍ୟକ ସ୍ଥଳେ ସେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି । ମୁମ୍ବାଇ ଏକାଡେମୀ ଅଫ ମୁଭିଙ୍ଗ ଇମେଜ ପ୍ରତିବର୍ଷ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ ଆୟୋଜିତ କରିଥାଏ।

Previous ଲୋକପାଳ ଓ ଲୋକାୟୁକ୍ତ ଗଠନ ଦାବିରେ ପୁଣି ଅନଶନରେ ବସିଲେ ଆନ୍ନା ହାଜାରେ
Next ମେ’ ୧୨ରେ ଅନୁଷ୍ଠିତ ହେବ ଓଜେଇଇ, ଏପ୍ରିଲ ୨୦ରୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ

No Comment

Leave a reply

Your email address will not be published. Required fields are marked *