ବିଜେପିରେ ଯୋଗଦେଇ ଓଡିଶା ଫେରିଲେ ଦାମୋଦର ରାଉତ

damador rout reaction after returning from delhi

ଗତକାଲି ବିଜେପିରେ ଯୋଗ ଦେବା ପରେ ଆଜି ଦିଲ୍ଲୀରୁ ଓଡିଶା ଫେରିଛନ୍ତି ଦାମୋଦର ରାଉତ। ଖାଲି ଫେରିନାହାନ୍ତି ନବୀନ ସରକାରର ଅବସାନ ଘଟାଇବା ପାଇଁ ମୋର ଏ ପ୍ରୟାସ, ବିଜେପି ନେତୃତ୍ୱରେ ଓଡ଼ିଶାବାସୀ ଏ ଦୁର୍ନୀତି ଓ ଅପଶାସନରୁ ମୁକ୍ତି ପାଇବେ ବୋଲି ବିଜେଡି ବିରୋଧରେ ବିଷ ଓଗାଳି କହିଛନ୍ତି। ଏହାସହ ସେ କହିଛନ୍ତି ମୋର ବିଶ୍ୱାସ ଓଡ଼ିଶା ଲୋକ ମୋ ସହ ମିଶି ଏ ଭ୍ରଷ୍ଟାଚାରୀଙ୍କୁ ହଟାଇବେ ।ଏହାସହ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅଭିଯୋଗ ଆଣି ଦାମୋ କହିଛନ୍ତି ନବୀନ ମୋ ପୁଅକୁ ଟିକେଟ ଲୋଭ ଦେଖାଇ ଘର ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି, ମୋ ପୁଅ-ଝିଅଙ୍କ ସହ କଥା ହୋଇ ବିଜେପିରେ ଯୋଗଦେଇଛି। ସୂଚନା ଥାଉକି ଗତକାଲି ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂ, ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଓ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ବିଜେପିରେ ଯୋଗ ଦେଇଥିଲେ। ଏହାସହିତ ସେ ବାଲିକୁଦା-ଏରସମା ଆସନରୁ ଲଢ଼ିବା ପାଇଁ ଇଛା ପ୍ରକାଶ କରିଛନ୍ତି। ବାଲିକୁଦାରୁ ୨୫ ବର୍ଷ ଧରି ବିଧାୟକ ଥିବାବେଳେ ନିଜର ଶେଷ ନିର୍ବାଚନ ଏଠାରୁ ହିଁ ଲଢ଼ିବାକୁ ଇଚ୍ଛା ଅଛି ବୋଲି ଦାମ କହିଛନ୍ତି।

Previous ଆଇପିଏଲ୍ ସ୍ପଟ୍ ଫିକ୍ସିଙ୍ଗ୍ ମାମଲା: ଶ୍ରୀଶନ୍ଥଙ୍କ ଉପରୁ ହଟିଲା ଆଜୀବନ ପ୍ରତିବନ୍ଧକ !
Next ୬ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ଆଶଙ୍କା

No Comment

Leave a reply

Your email address will not be published. Required fields are marked *