‘ଫନି’ ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ଜୋରଦାର ଚାଲିଛି

Cyclone Fani: evacuation of people

ସାମୁଦ୍ରିକ ଝଡ଼ ‘ଫନି’କୁ ଦୃଷ୍ଟିରେ ରଖି ଉପକୂଳ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ଆଜି ଦିନ ୧୦ଟା ୩୦ ସୁଦ୍ଧା ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମୋଟ ପ୍ରାୟ ସାଢେ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବାକୁ ଯୋଜନା ରଖାଯାଇଛି। ସେହିପରି କାକଟପୁର -ଅସ୍ତରଙ୍ଗର ତଳିଆ ଅଂଚଳ ଓ କଚ୍ଚା ଘରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି । ଅସ୍ତରଙ୍ଗ ବ୍ଲକର ଛେନୁ, ତତ୍ପାଘର, ଉଦୟକଣି , କଟକଣା ଗ୍ରାମର ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଉଛି । ତଣ୍ଡାଘରରେ ଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକମାନଙ୍କୁ ନିଆଯାଇଛି । ତେବେ ସମୁଦ୍ରଠାରୁ ମାତ୍ର ୧୦୦ମିଟର ଦୂରରେ ତଣ୍ଡାଘର ବାତ୍ୟା ଆଶ୍ରୟ ସ୍ଥଳୀ ଥିବାରୁ ସେଠାରୁ ପୁଣି ଚିତ୍ରେଶ୍ୱର ହାଇସ୍କୁଲକୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି । ଚନ୍ଦ୍ରଭାଗରେ ବି ସ୍ଥାନାନ୍ତରଣ ପ୍ରକିୟାକୁ ଜୋରଦାରଚାଲିଛି । ସମୁଦ୍ର ନିକଟବର୍ତ୍ତି ଅଂଚଳରୁ ସୁରକ୍ଷିତ ସ୍ଥାନକୁ ଲୋକମାନଙ୍କୁ ନିଆଯାଉଛି । ସେହିପରି ଚନ୍ଦ୍ରଭାଗାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ସମୁଦ୍ରକୁ ଯାଇ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ କୂଳକୁ ଫେରିଆସିଛନ୍ତି ।

Previous ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ
Next ‘ଫନି’ ପାଇଁ ପରିବା ଦର ଆକାଶ ଛୁଆଁ

No Comment

Leave a reply

Your email address will not be published. Required fields are marked *