କେନ୍ଦ୍ରାପଡାରୁ ହଟିଲା କର୍ଫ୍ୟୁ, ୧୪୪ ଧାରା ବଳବତର

Curfew lifted in Kendrapara

ଦୁଇଦିନ ହେବ ଗୋଷ୍ଠୀ ସଂଘର୍ଷ କାରଣରୁ ଅଶାନ୍ତ ହୋଇ ପଡିଥିବା କେନ୍ଦ୍ରାପଡ଼ାରେ ଶାନ୍ତି ଫେରାଇ ଆଣିବା ଲାଗି ବସିଥିବା ଶାନ୍ତି କମିଟି ବୈଠକ ସଫଳ ହୋଇଛି। ପରିସ୍ଥିତି ସୁଧୁରୁଥିବାରୁ ସକାଳ ୬ଟାରୁ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଥିଲା । ହେଲେ ୧୪୪ ଧାରା ବଳବତ୍ତର ରହିଛି । ଗତକାଲି ଦୁଇ ଗୋଷ୍ଠୀଙ୍କ ସହ ଏସ୍‌ପି, କେନ୍ଦ୍ରାଞ୍ଚଳ ଆଇଜି ଓ ଜିଲ୍ଲାପାଳ ଆଲୋଚନା କରିଥିଲେ। ଏଥିରେ ସହରରେ ଖୁବଶୀଘ୍ର ଶାନ୍ତି ଫେରାଇ ‌ଆଣିବାକୁ ସମସ୍ତେ ମତ ଦେଇଥିଲେ। ‌ଆଜି ସକାଳେ ଶାନ୍ତି କମିଟି ପକ୍ଷରୁ ପୁରୁଣା ବସଷ୍ଟାଣ୍ଡରୁ ତିନିମୁହାଣି ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଥିଲା । ଏଥିସହ ଆଗାମୀ ଦିନରେ ଏଭଳି ପରିସ୍ଥିତିକୁ କିପରି ଏଡାଇ ଯାଇପାରିବ ସେ ନେଇ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରାଯିବ ବୋଲି କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର ସୂଚନା ଦେଇଛନ୍ତି। କର୍ଫ୍ୟୁ ହଟିବା ପରେ ସହରର ଶିକ୍ଷାନୁଷ୍ଠାନ, ଦୋକାନବଜାର ଖୋଲିଛି।

Previous ପୁରୀରେ ବିଶାଳ ଚାଷୀ ସମାବେଶ:ଆଜିଠୁ ଚାଷୀଙ୍କ ଖାତାକୁ ଆସିବ 'କାଳିଆ' ଟଙ୍କା
Next ତମାଣ୍ଡୋରେ ମୋଦି-ନବୀନଙ୍କ ଉପରେ ବର୍ଷିଲେ ରାହୁଲ

No Comment

Leave a reply

Your email address will not be published. Required fields are marked *