ଗତ ସପ୍ତାହେ ହେଲା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡି ଦେଖା ଯାଉଥୁବାରୁ ଦୁର୍ଘଟଣା ଘଟିବାରେ ଲାଗିଛି। ଦୁଇ ଦିନତଳେ ଏହି କୁହୁଡ଼ି କାରଣରୁ ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ ସମେତ ଅନ୍ୟ କେତେକ ଅଞ୍ଚଳରେ ଦୁର୍ଘଟଣା ଘଟି ୫ ଜଣକ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିଲେ । ଅଜିମଧ୍ୟ ରାଜ୍ୟର ୫ଟି ସ୍ଥାନରେ ଦୁର୍ଘଟଣା ଘଟି ୧୫ରୁ ଅଧିକ ଗୁରୁତର ହୋଇଛନ୍ତି ।ଘନ କୁହୁଡି କାରଣରୁ ଚାଳକକୁ ରାସ୍ତା ଦେଖା ନଯିବାରୁ ରାଜନଗରରେ ରାସ୍ତା ତଳକୁ ବସ ଖସି ଝୁଲି ରହିଲା । ଫଳରେ ଯାତ୍ରୀମାନେ ଅଳ୍ପକେ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି, କାହାର କିଛି କ୍ଷତି ହୋଇନି । ସେହିଭଳି କେନ୍ଦ୍ରାପଡାରେ କଟକ-ଚାନ୍ଦବାଲି ରାସ୍ତାରେ ଜଂଟିଲୋ ଛକରେ ବୋଲେରାକୁ ଇଣ୍ଡିଗୋ ଧକ୍କା ଦେବା ଫଳରେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ମେଡିକାଲେର ଭର୍ତି କରାଯାଇଛି । ଜଗତସିଂହପୁର କଟକ-ପାରାଦ୍ୱୀପ ରାସ୍ତାରେ ବାଲିପାଟଣା ଛକରେ ନିକଟରେ ଏକ ଆଳୁ ବୋଝେଇ ଟ୍ରକ ଓ ପିକ ଅପ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ତଳକୁ ଖସିପଡିଛି । ଏଥିରେ କେହି ଆହତ ହୋଇନାହାନ୍ତି । ହେଲେ ଟ୍ରକଟି ଦୋକାନ ଉପରେ ଚଢ଼ିଯିବାରୁ ଆଖାପାଖର ଦେକାନ କ୍ଷତିଗ୍ରସ୍ତ ହୋଇଛି । କୁହୁଡ଼ି କାରଣରୁ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଗତକାଲି ରାତି ୯ଟାରେ ଯିବାକୁ ଥିବା ଭୁବନେଶ୍ୱର ବେଙ୍ଗାଲର ଫ୍ଲାଇଟ କୁହୁଡ଼ି ପାଇଁ ଆଜି ଦିନ ୧୦ ପର୍ଯ୍ୟନ୍ତ ଉଡ଼ାନ ଭରି ପାରି ନଥିଲା । ଫଳରେ ୧୨ ଘଂଟାରୁ ଅଧିକ ସମୟ ଧରି ଏୟାରପୋର୍ଟରେ ଫସି ରହିଥିଲେ ଯାତ୍ରୀ । ସେହିଭଳି ଗତକାଲି ରାତିରେ ଘନ କୁହୁଡ଼ି ପାଇଁ ବ୍ୟାଙ୍ଗ୍କକ୍ରୁ ୧୫୦ ଯାତ୍ରୀଙ୍କୁ ଧରି ଭୁବନେଶ୍ୱର ଫେରୁଥିବା ଏୟାର ଏସିଆର FD 112 ବିମାନ ଅବତରଣ କରିନପାରି କୋଲକାତାକୁ ଫେରିଛିଯାଇଥିଲା ।
କୁହୁଡି ପାଇଁ ସପ୍ତାହ ଭିତରେ ୮ରୁ ଅଧିକା ଦୁର୍ଘଟଣା,୨୦ଅଧିକ ଆହତ
critical in road mishap due to dense fog

No Comment