OTET ପ୍ରଶ୍ନପତ୍ର ଲିକ୍ ଘଟଣା: ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ୍‌

crimebranch to probeinto OTET question paper leak incident

OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ କରିବ। ବୋର୍ଡ ପକ୍ଷରୁ ଚିଠି ଲେଖାଯିବା ପରେ ଆଜି କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିପାରେ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଅଧିକାରୀମାନେ ବୋର୍ଡ ଅଫିସକୁ ଯାଇ ପଚରାଉଚରା କରିପାରନ୍ତି। କେଉଁଠୁ ପ୍ରଶ୍ନପତ୍ର ଲିକ୍ ହୋଇଛି, କେମିତି ଲିକ୍ ହୋଇଛି, ଏହା ପଛରେ କିଏ ଅଛି, ଏସବୁକୁ ନେଇ କ୍ରାଇମ୍‌ବ୍ରାଞ୍ଚ୍‌ ତନାଘନା କରିବ। ମଙ୍ଗଳବାର OTET ପରୀକ୍ଷା ଆରମ୍ଭ ପୂର୍ବରୁ ସୋଶାଲ ମିଡିଆରେ ପ୍ରଶ୍ନପତ୍ରର ସହ ଉତ୍ତରର ଫଟୋ ଭାଇରାଲ୍ ହୋଇଥିଲା। ପ୍ରଥମ ସିଟିଂ ପରୀକ୍ଷା ସରିଥିବା ବେଳେ ଦ୍ଵିତୀୟ ସିଟିଂରେ ପରୀକ୍ଷାକୁ ବାତିଲ୍ କରାଯାଇଥିଲା। ଏହା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସୁରକ୍ଷା ବ୍ୟବସ୍ଥା ଢିଲା ଓ ବିଭାଗର ଅସାବଧାନତା ପାଇଁ ଶହ ଶହ ପିଲା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହି ଘଟଣା ପରେ ପୁଣି ଥରେ OTET ପରୀକ୍ଷା ଅନୁଷ୍ଠିତ ହେବ ।

Previous ସେବାଶ୍ରମରେ ଅଷ୍ଟମଶ୍ରେଣୀ ଛାତ୍ରୀର ପ୍ରସବ ଘଟଣା: ପୀଡ଼ିତାକୁ ନ୍ୟାୟ ଦାବିରେ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ
Next ଅର୍ଶରୋଗର ଘରୋଇ ଉପଚାର

No Comment

Leave a reply

Your email address will not be published. Required fields are marked *