ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଲେ ପ୍ରିୟଙ୍କା ଗାନ୍ଧି

ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଲେ ପ୍ରିୟଙ୍କା ଗାନ୍ଧି

ପ୍ରତ୍ୟକ୍ଷ ଭାବେ ଜାତୀୟ ରାଜନୀତିକୁ ଓହ୍ଲାଇଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା।  କଂଗ୍ରେସର ସାଂଗଠନିକ ଦାୟିତ୍ୱ ଦିଆଯାଇଛି। ଦଳର ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତି ପାଇଛନ୍ତି ପ୍ରିୟଙ୍କା । ତାଙ୍କୁ ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଦାୟିତ୍ୱ ଦିଆଯାଇଛି। ସେ ଫ୍ରେବୃଆରୀ ପ୍ରଥମ ସପ୍ତାହରୁ କାର୍ଯ୍ୟ ଆରମ୍ଭ କରିବେ । ୟୁପିରେ ସମାଜବାଦୀ ପାର୍ଟି ଓ ବିଏସପି ମଧ୍ୟରେ ମେଣ୍ଟ ଘୋଷଣା ଚାଲିଥିବାବେଳେ  କଂଗ୍ରେସର ଏହା ଏକ ମାଷ୍ଟରଷ୍ଟ୍ରୋକ ବୋଲି କୁହାଯାଉଛି । ପ୍ରିୟଙ୍କା ପୂର୍ବରୁ ପରୋକ୍ଷ ରାଜନୀତିରେ ଥିଲେ। ମା’ ସୋନିଆ , ଭାଇ ରାହୁଲ ଓ ଦଳୀୟ ନେତାଙ୍କ ସହ ପ୍ରଚାର କରୁଥିଲେ। ତେବେ ଏବେ ସେ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଛନ୍ତି। କଂଗ୍ରେସ ରାଜନୀତିରେ ପ୍ରିୟଙ୍କାଙ୍କ ପ୍ରବେଶ  ଦଳୀୟ କର୍ମୀଙ୍କ ମନୋବଳ ବଢ଼ିବ ବୋଲି କହିଛନ୍ତି ଅନେକ ଦଳୀୟ ନେତା। ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବି ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କୁ ଉତ୍ତରପ୍ରଦେଶ ପଶ୍ଚିମାଞ୍ଚଳ ଦାୟିତ୍ୱ ଦିଆଯାଇଛି। ପ୍ରିୟଙ୍କାଙ୍କୁ ଦାୟିତ୍ୱ ମିଳିବା ପରେ କଂଗ୍ରେସ୍‌ କର୍ମୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି। ସେହିଭଳି କେସି ବେଣୁଗୋପାଳଙ୍କୁ କଂଗ୍ରେସ ସାଧାରଣ ସଚିବ (ସଂଗଠନ) ଭାବେ ନିଯୁକ୍ତି ଦିଆଯାଇଛି।ଗୁଲାମ ନବି ଆଜାଦଙ୍କୁ ହରିୟାଣାର ଏଆଇସିସି ସାଧାରଣ ସଚିବ ଦାଇତ୍ୱ ମିଳିଛି। ପ୍ରିୟଙ୍କା ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହେବାଦ୍ଵାର କଂଗ୍ରେସକୁ ଲାଭ ମିଳିବା ସହ ୟୁପି ରାଜନୀତିରେ ବେଶ ପ୍ରଭାବ ପକେଇବ ବୋଲି ଚର୍ଚ୍ଚା ହେଉଛି । ଅନ୍ୟ ପକ୍ଷରେ ବିଜେପି ପକ୍ଷରୁ ଏହାକୁ ସମାଲୋଚନା କରାଯାଇ କୁହାଯାଇଛି ଯେ, ଭାରତୀୟ ଜନତା ପାର୍ଟି ଦଳକୁ ପରିବାର ଭାବୁଥିବା ବେଳେ କଂଗ୍ରେସ ପରିବାରକୁ ଦଳ ଭାବୁଛି ।

Previous ନିର୍ବାଚନ ପର୍ଯ୍ୟନ୍ତ ପ୍ରତିମାସରେ ଓଡ଼ିଶା ଆସିବେ ରାହୁଲ!
Next କେନ୍ଦ୍ରାପଡ଼ା ଗୋଷ୍ଠୀ କନ୍ଦଳ ଘଟଣା: ୧୨ ଘଣ୍ଟିଆ ବନ୍ଦ ସାଙ୍ଗକୁ୧୪୪ ଧାରା ବଳବତର

No Comment

Leave a reply

Your email address will not be published. Required fields are marked *