ଲକ୍ ଡାଉନ ବେଳେ କ’ଣ ଖୋଲା ରହିଛି, କ’ଣ ରହିଛି ବନ୍ଦ

Complete Lock down in Odisha

ଆଜି ଠାରୁ ଓଡ଼ିଶାର ୫ଟି ଜିଲା ୮ଟି ପ୍ରମୁଖ  ସହରକୁ ୨୯ ତାରିଖ ରାତି 9ଟା ପର୍ଯ୍ୟନ୍ତ ପ୍ରାୟତଃ ସମ୍ପୂର୍ଣ୍ଣ ଲକ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଲକ୍ ଡାଉନ ଘୋଷଣା ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ । ଏଥିସହ ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ପୁରୀ, ଯାଜପୁର ରୋଡ୍, ଯାଜପୁର ଟାଉନ୍ ଓ ରାଉରକେଲା ସହରକୁ ମଧ୍ୟ ଲକ୍ ଡାଉନ୍ ଘୋଷଣା କରାଯାଇଛି। ତେବେ ଏହି ଲକ୍ ଡାଉନ ବେଳେ କେଉଁ ସବୁ ସେବା, ସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଦି ଖୋଲା ରହିଛି ଏବଂ କେଉଁସବୁ ବନ୍ଦ ରହିଛି ନଜର ପକାନ୍ତୁ ।

କାର୍ଯ୍ୟ କରୁଛି:

  • ଆଇନ ଶୃଙ୍ଖଳା ରକ୍ଷା ପାଇଁ କାର୍ଯ୍ୟ କରୁଥିବା କାର୍ଯ୍ୟାଳୟ
  • ହସପିଟାଲରୁ ଯାଆସ କରୁଥିବା ସମସ୍ତ ଗାଡ଼ି
  • ବିମାନବନ୍ଦର, ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡରୁ ଯାଆସ କରୁଥିବା ଗାଡ଼ି
  • ତେଜରାତି, ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ
  • ଔଷଧ ଦୋକାନ, ପେଟ୍ରୋଲ ପମ୍ପ ଓ ଅତ୍ୟାବଶକ ସାମଗ୍ରୀ ଦୋକାନ
  • ହସପିଟାଲ, ବ୍ୟାଙ୍କ ଓ ଏଟିଏମ୍
  • ପୌର କାର୍ଯ୍ୟାଳୟ, ଥାନା, ଅଗ୍ନିଶମ କାର୍ଯ୍ୟାଳୟ, ଓଡ୍ରାଫ୍, ବିଦ୍ୟୁତ ଓ ଜଳ ଯୋଗାଣ କାର୍ଯ୍ୟାଳୟ
  • ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କାର୍ଯ୍ୟାଳୟ ଓ ସୋସିଆଲ୍ ମିିଡିଆ କାର୍ଯ୍ୟାଳୟ
  • ଟେଲିକମ୍ ଓ ଇଣ୍ଟରନେଟ ସେବା
  • ପୋଷ୍ଟ ଅଫିସ
  • ସପ୍ଲାଏ ଚେନ୍ ଓ ତଦସଂପର୍କିତ ପରିବହନ
  • ଖାଦ୍ୟ, ଔଷଧ ଓ ଚିକିତ୍ସା ଉପକରଣ ପାଇଁ ଇ-କମର୍ସ ଯୋଗାଣ ସେବା
  • ରେଷ୍ଟୁରାଣ୍ଟରୁ ହୋମ ଡେଲିଭରି କିମ୍ବା ପାର୍ସଲ ଯୋଗାଣ

ବନ୍ଦ ରହିଛି:

  • ଟ୍ୟାକ୍ସି ଓ ଅଟୋ ରିକ୍ସା ସମେତ ସମସ୍ତ ପବ୍ଲିକ ଟ୍ରାନ୍ସପୋର୍ଟ ସର୍ଭିସ୍
  • ସମସ୍ତ ପ୍ରାଇଭେଟ୍ ଗାଡ଼ି (କେବଳ ଉପରୋକ୍ତ କାର୍ଯ୍ୟାଳୟକୁ ଯାଆସ ବ୍ୟତୀତ)
  • ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, ଅଫିସ୍, ଫ୍ୟାକ୍ଟ୍ରି, ୱାର୍କସପ୍ ଓ ଗୋଦାମଘର
  • ଭତ୍ତା ଓ ପିଡିଏସ୍ ବଣ୍ଟନ ମଧ୍ୟ ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି
Previous ଶୋଷକ ପୋକ ନିୟନ୍ତ୍ରଣ
Next ଖାଁ ଖାଁ ସହର ବଜାର: କରୋନା ମୁକାବିଲା ପାଇଁ 'ଜନତା କର୍ଫ୍ୟୁ' ପାଳୁଛି ସାରା ଦେଶ

No Comment

Leave a reply

Your email address will not be published. Required fields are marked *