କିଛି ଦିନ ଧରି ତାପମାତ୍ରା କମିବା ପରେ ଦୁଇ ଦିନ ହେଲା ପୁଣି ରାଜ୍ୟରେ ଖସିଛି ରାତିର ତାପମାତ୍ରା ଓ ବଢୁଛି ଶୀତ । ଫୁଲବାଣୀରେ ରାତିର ତାପମାତ୍ରା ୪ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ କେନ୍ଦୁଝର, ସୁନ୍ଦରଗଡ଼, ହୀରାକୁଦ ଆଦି ସ୍ଥାନରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ରାତିର ତାପମାତ୍ରା ହଠାତ୍ ହ୍ରାସ ପାଇଛି। ଓଡ଼ିଶାର ଦାରିଙ୍ଗବାଡ଼ିରେ ଆଜି ସର୍ବନିମ୍ନ ତାପମାତ୍ର ୪ ଡିଗ୍ରୀ ତଳକୁ ଖସି ଆସିଛି। ଫଳରେ ଆଜି ସକାଳେ ଦାରିଙ୍ଗବାଡ଼ି ଓ ଏହାର ଆଖପାଖ ଅନେକ ଅଞ୍ଚଳରେ ତୁଷାରପାତ ହୋଇଥିଲା। ଗ୍ରୀନବାଡ଼ି, ଲାଇନ୍ପଡ଼ା, ସାରିଙ୍ଗୀଇର୍ପି,ବି.ଡକେବାଡି ଓ କିଲାବାଡ଼ି ଆଦି ଅଞ୍ଚଳରେ ତୁଷାରପାତ ହୋଇଥିଲା। ଡିସେମ୍ବର ୩୦ ତାରିଖରେ ଏଠାରେ ସର୍ବନିମ୍ନ ତାପମାତ୍ର ୩ ଡିଗ୍ରୀ ରହିଥିଲା। ସେହିପରି ଡିସେମ୍ବର ୩୧ ତାରିଖରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୨.୮ ଡିଗ୍ରୀ ହୋଇଯାଇଥିଲା। ସେହି ସମୟରେ ବି ଏଠାରେ ତୁଷାରପାତ ହୋଇଥିଲା। ଫେବ୍ରୁୟାରୀ ୩ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି ।
ରାଜ୍ୟରେ ଶୀତର ଲହରୀ, ଦାରିଙ୍ଗବାଡ଼ିରେ ୪ ଡିଗ୍ରୀ ତଳେ ତାପମାତ୍ରା
cold wave returns in Odisha

No Comment