ଗଜପତି ଗସ୍ତରେ ମୁଖ୍ୟମନ୍ତ୍ରୀ: ୨୨୦ରୁ ଅଧିକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

CM visit to Gajapati

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ଗସ୍ତ କରି ମୋହନା, ନୂଆଗଡ଼, ଆର୍.ଉଦୟଗିରି ଏବଂ ରାୟଗଡ଼ା ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକାଳ୍ପ ଶୁଭାରମ୍ଭ କରିଛନ୍ତି । ଆଜିର ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ୮୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକାଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେଥି ମଧ୍ୟରେ ୬୬ କୋଟି ଟଙ୍କା ବ୍ୟୟର ୧୨୯ଟି ପ୍ରକଳ୍ପର ଉଦଘାଟନ ଓ ୧୪ କୋଟି ଟଙ୍କାର୯୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଆଜି ଦିନ ୧୧.୩୦ରେ ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାରେ ଆୟୋଜିତ ସମାବେଶରେ ଯୋଗଦେବା ସହ ଏହି ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ କରିଥିଲେ । ଏହାସହ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ଜିରାଙ୍ଗରେ ଥିବା ବୌଦ୍ଧପୀଠ ଗସ୍ତକରିବେ । ସେଠାରେ ଥିବା ପଦ୍ମ ପୋଖରୀରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଦ୍ୱିତୀୟ ବୌଦ୍ଧଗୁରୁ ପଦ୍ମସମ୍ଭବଙ୍କ ମୁର୍ତ୍ତି ଉନ୍ମୋଚନ କରିବେ ।

Previous କମିନି ଶୀତ ବଢୁଛି ସହରରେ ତାତି
Next ମଜାରେ ମଜାରେ ଗଣିତ ଶିଖନ୍ତୁ

No Comment

Leave a reply

Your email address will not be published. Required fields are marked *