ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ : ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଟଙ୍କା ଦେବେ

cm visit bargarh

ଆଜି ବରଗଡ଼ ଗସ୍ତକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଚାଷୀ ମହାସମାବେଶରେ ଯୋଗ ଦେଇଛନ୍ତି । ଏହି ସମାବେଶରେ କାଳିଆ ଯୋଜନାରେ ଚାଷୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ରାଶି ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୧୪ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ସହାୟତା ମିଳିବ । ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ଟଙ୍କା ଯିବ । ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କୁ ମିଳିଥିଲା କାଳିଆ ଟଙ୍କା । ସେହିପରି ଗତ ୧୫ତାରିଖ ଦିନ କେନ୍ଦ୍ରାପଡା ଚାଷୀ ମହାସମାବେଶରେ ୩ ଲକ୍ଷ ୫୦ହଜାର ଭୂମିହୀନ ଚାଷୀଙ୍କୁ ଟଙ୍କା ମିଳିଛି । ଏହା ସହିତ ଆଜିର ଏହି ଗସ୍ତ ଅବସରରେ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ନିର୍ବାଚନ ଯେତିକି ନିକଟ ତର ହେଉଛି ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଅଞ୍ଚଳ ଗସ୍ତ ଓ ପ୍ରକଳ୍ପ ଶୁଭାରମ୍ଭ ବଢ଼ିବାରେ ଲାଗିଛି କହିଲେ ଭୁଲୁ ହେବ ନାହିଁ । ଗତକାଲି ପୁରୀ ଜିଲ୍ଲା ଗସ୍ତ କରି ୩ଶହ କୋଟିରୁ ଅଧିକ ଟଙ୍କାର ଶୁଭାରମ୍ଭ କରିଥିଲେ ।

Previous ନବନିର୍ମାଣ କୃଷକ ସଂଗଠନର ୧୨ଘଂଟିଆ ଓଡିଶା ବନ୍ଦ: ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚାଷୀ ଗିରଫ
Next ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ଶେଷ ପର୍ଯ୍ୟୟରେ

No Comment

Leave a reply

Your email address will not be published. Required fields are marked *