ନବରଙ୍ଗପୁର,କୋରାପୁଟ ଗସ୍ତରେ ମୁଖ୍ୟମନ୍ତ୍ରୀ

CM To Visit Nabarangpur, Koraput

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବରଙ୍ଗପୁର,କୋରାପୁଟ ଗସ୍ତ କରିଛନ୍ତି । ପ୍ରଥମେ ନବରଙ୍ଗପୁର ଉମରକୋଟରେ ଯୋଗଦେଇ ୧୦୯୭ କୋଟି ଟଙ୍କା ମୂଲ୍ୟର ୧୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ୧୯ କୋଟି ଟଙ୍କା ମୂଲ୍ୟର ୧୨ଟି ପ୍ରକଳ୍ପର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଆଜିର ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ଚନ୍ଦାହାଣ୍ଡି ବ୍ଲକ ଭଣ୍ଡାରୀ ନଦୀରେ ୨ଟି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ ସହ ନବନିର୍ମିତ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଉଦ୍‌ଘାଟନ କରିବେ । ଏହାବ୍ୟତୀତ ୨୫୨୦ ଜଣ ନିର୍ମାଣ ଶ୍ରମିକଙ୍କୁ ସାଇକେଲ ପ୍ରଦାନ, ୩୦୦୦ ନିର୍ମାଣ ଶ୍ରମିକଙ୍କୁ ନିର୍ମାଣ ଓ ସୁରକ୍ଷା ଉପକରଣ, ୯୭୫ ଜଣ ସହରାଞ୍ଚଳର ବସ୍ତିରେ ରହୁଥିବା ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ, ୧୫୧୧ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ୨୪୦୦ ହିତାଧିକାରୀଙ୍କୁ ଘର ପଟ୍ଟା, ଆଇଟିଡିଏ ପକ୍ଷରୁ ୧୮୦ ଜଣ ଚାଷୀଙ୍କୁ ପମ୍ପ ସେଟ ପ୍ରଦାନ ସହ ଉମରକୋଟ ବ୍ଲକର ମିଶନ ଶକ୍ତି ମାନଙ୍କୁ ୨୫ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

Previous ବାରିି ବଇଦ କୁନ୍ଦୁରି
Next ପଶ୍ଚିମବଙ୍ଗ ସିବିଆଇ-ପୋଲିସ ବିବାଦ: ରାଜୀବ କୁମାରଙ୍କ ଗିରଫରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

No Comment

Leave a reply

Your email address will not be published. Required fields are marked *