ନିର୍ବାଚନକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ଇସ୍ତାହାର କମିଟି ଘୋଷଣା କରିଛନ୍ତି। ଇସ୍ତାହାର କମିଟିର ଅଧ୍ୟକ୍ଷ ବେଦପ୍ରକାଶ ଅଗ୍ରଓ୍ଵାଲ୍ ନିଯୁକ୍ତ ହୋଇଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ମଙ୍ଗଳା କିଷାନ, ପଦ୍ମନାଭ ବେହେରା, କୁସ୍ତୁରୀ ମହାପାତ୍ର। କମିଟି ସହ-ଅଧ୍ୟକ୍ଷ ଅଛନ୍ତି। ଡ଼ ଅଚ୍ୟୁତ ସାମନ୍ତ, ଅତନୁ ସବ୍ୟସାଚୀ, ସଞ୍ଜୟ ଦାସବର୍ମା, ଅନଙ୍ଗ ଉଦୟ ସିଂହଦେଓ, ଭର୍ତ୍ତୃହରି ମହତାବ, ନବ ଦାସ, ନଳିନୀ ପ୍ରଧାନ, ସୁଦାମ ମାରାଣ୍ଡି, ରମେଶ ମାଝୀ, ଅରୁଣ ସାହୁ, ରବି ନନ୍ଦ, ସୁବାସ ସିଂହ, ଡ଼ ଦୀଲିପ ତୀର୍କି, ମୀନତି ମିଶ୍ର, ଚିନ୍ମୟ ସାହୁ, ଶ୍ରମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର,ତେଜେଶ୍ୱର ପରିଡ଼ା,ଲୋପାମୁଦ୍ରା ବକ୍ସିପାତ୍ର,ଅମରେଶ ପତ୍ରୀ, ଅସୀମ ଅମିତାଭ ଦାସ, ମୁନ୍ନା ଖାନ୍,ଅନନ୍ତ ନାରାୟଣ ଜେନା,ସସ୍ମିତ ପାତ୍ର, ମାମିନା ନାୟକ,ପଙ୍କଜିନୀ ମଙ୍ଗରାଜ,ରାଣାପ୍ରତାପ ପାତ୍ର, ସୁଜାତା ମିଶ୍ର, ସରସ୍ୱତୀ କିଶାନ୍ ଏବଂ ବିଷ୍ଣୁପ୍ରିୟା ଦାସ ମଧ୍ୟ ଏହି କମିଟିରେ ଅନ୍ତର୍ଭୁକ୍ତ ଅଟନ୍ତି । ଏହାଛଡ଼ା କେତେକ ଚାଷୀନେତା, ଆଇଟି ଉଇଙ୍ଗ୍ ମୁଖ୍ୟ, ମହିଳା ସ୍ୱଂୟସହାୟିକା ଗୋଷ୍ଠୀ ଓ ଛାତ୍ରନେତାଙ୍କୁ ମଧ୍ୟ ଇସ୍ତାହାର କମିଟିରେ ସାମିଲ କରାଯାଇଛି। ଅନ୍ୟପକ୍ଷରେ ଆଜି ପୂର୍ବତ୍ତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନବୀନ ନିଯୁକ୍ତ କରିଛନ୍ତି। ଏହାଛଡ଼ା ତାଙ୍କୁ ଅତିରିକ୍ତ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଏବଂ କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ପଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି ।
ବିଜେଡି ଇସ୍ତାହାର କମିଟି ଘୋଷଣା କଲେ ନବୀନ
cm naveen declares bjd menifesto committee

No Comment