କରୋନା ମୁକାବିଲା ପାଇଁ ଶପଥ ନେଲେ ସରପଞ୍ଚ

CM administered oath to Sarpanches to fight Corona

ସରପଞ୍ଚ ମାନଙ୍କୁ ଅତିରିକ୍ତ ଦାୟିତ୍ଵ ପ୍ରଦାନ ପାରିଥିବା ବେଳେ ବୁଧବାର ସେମାନଙ୍କୁ ଏଥିପାଇଁ ଭିଡ଼ିଓ କନଫରେନସିଂ ଜରିଆରେ ଶପଥ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନ୍ୟ ରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କୁ କ୍ୱରାଣ୍ଟାନରେ ରଖିବା ଏବଂ ସେମାନଙ୍କର ରହିବା, ଖାଇବା, ଚିକିତ୍ସାର ଉଚିତ୍ ବ୍ୟବସ୍ଥା କରିବା ସହିତ ଗାଁରେ କରୋନାକୁ ନପଶେଇଦେବା ଆଦିକୁ ଗୁରୁତ୍ବ ଦେଇ ସରପଞ୍ଚମାନଙ୍କୁ ଶପଥ ପାଠ କରାଯାଇଛି। ସରପଞ୍ଚମାନେ ବ୍ଲକ୍ ସ୍ତରରୁ ଭିଡ଼ିଓ କନଫରେନସିଂ ଜରିଆରେ ଯୋଡ଼ି ହୋଇଥିବା ବେଳେ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଡି.କେ. ସିଂହ, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପଣ୍ଡିଆନ ପ୍ରମୁଖ ଲୋକସେବା ଭବନରୁ ଯୋଡ଼ି ହୋଇଥିଲେ।

Previous ଲକ୍ ଡାଉନ୍ ପରେ ରାଜ୍ୟକୁ ଫେରିବେ ୫ ଲକ୍ଷ ଓଡ଼ିଆ
Next ହ୍ୱାଟସଆପ ଇନଫୋଡେସ୍କର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

No Comment

Leave a reply

Your email address will not be published. Required fields are marked *