ଭାରତୀୟ ଛାତ୍ର ସଂସଦ ପକ୍ଷରୁ ଜାନୁଆରୀ ୧୯ରୁ ୨୧ ପର୍ଯ୍ୟନ୍ତ ପୁନେରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ପୁରସ୍କୃତ ହେବେ ଆମ ରାଜ୍ୟର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ମହାରାଷ୍ଟ୍ର ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଦ୍ୱାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ଯେ, ଗତ ବର୍ଷ ଦେଶର ଅଗ୍ରଣୀ ପତ୍ରିକା ଆଉଟଲୁକ୍ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ସମ୍ମାନରେ ସମ୍ମାନିତ କରିଥିଲା । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବିସ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାର, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଏବଂ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଅନଲାଇନ ସର୍ଭେ କରିଥିଲା ସମ୍ମାନସ୍ପଦ ଇଂରାଜୀ ପତ୍ରିକା ଆଉଟଲୁକ୍ । ଏହି ଅନଲାଇନ୍ ସର୍ଭେରେ ବାଜିମାତ୍ କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଏକ ପୁରସ୍କାର
chief minister naveen patnaik will get the ideal chief minister award

No Comment