ନାମାଙ୍କନ ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

chief minister naveen patnaik files nomination papers from hinjili assembly constituency

ଆଜିଠୁ ଆରମ୍ଭ ହୋଇଛି ବିଜେଡିର ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନବୀନ ପଟ୍ଟନାୟକ ଛତ୍ରପୁର ସ୍ଥିତ ଅତିରିକ୍ତ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ୍ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ୨ୟ ପର୍ଯ୍ୟାୟ ନିର୍ବାଚନ ଲାଗି ମଙ୍ଗଳବାର ବିଜ୍ଞପ୍ତି ଜାରି ହେବା ସହ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ସେ ତାରାତାରିଣୀ ମନ୍ଦିରକୁ ଯାଇ ମା’ଙ୍କୁ ଦର୍ଶନ କରିଥିଲେ। ଗଞ୍ଜାମ ଜିଲ୍ଲାର ସମସ୍ତ ଲୋକସଭା ଓ ବିଧାନସଭା ଆସନର ପ୍ରାର୍ଥୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ୧୧ଟା ୧୫ରେ ପ୍ରାର୍ଥୀପତ୍ର ଦାଖଲ କରି ୧୧ଟା ୪୫ରେ ଭୁବନେଶ୍ୱର ଫେରିଥିଲେ । ଅନ୍ୟପଟେ ବିଜେପୁର ଆସନ ପାଇଁ ମୁଖ୍ୟମନ୍ତ୍ରୀ ୨୫ ତାରିଖରେ ନାମାଙ୍କନ ଦାଖଲ କରିପାରନ୍ତି । ନାମାଙ୍କନ ଦାଖଲ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ନିର୍ବାଚନରେ ବହୁ ଆସନରେ ଆମେ ବିଜୟୀ ହେବୁ । ବିଜେଡି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଭରିଲି । ଖୁବ୍ ଶୀଘ୍ର ବିଜେପୁର ଆସନରେ ପ୍ରାର୍ଥୀପତ୍ର ଦାଖଲ କରିବି ।

Previous ବିଜେଡିରୁ ବିଦା ହେଉଛନ୍ତି ନେତା
Next ୨୨ରୁ ବଢିବ ତାତି

No Comment

Leave a reply

Your email address will not be published. Required fields are marked *