ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଜିଲା ଗସ୍ତକରି ଚାନ୍ଦବାଲିରେ ୩୯୬ କୋଟିରୁ ଅଧିକ ଟଙ୍କାର ୧୬ଟି ପ୍ରକଳ୍ପ ଉଦଘାଟନ ଓ ୧୧୮୦ କୋଟିର ୧୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଚାନ୍ଦବାଲି ଉନ୍ନତିକୃତ ରାସ୍ତା, ପାଇକରାପୁର ୧୩୨/୩୩ କେ. ଭି. ଗ୍ରିଡ୍ ସବ୍ଷ୍ଟେସନ୍, ଗଦି ଏବଂ ମତୋ ୩୩/୧୧ କେ. ଭି. ସବ୍ଷ୍ଟେସନ୍, ଚାନ୍ଦବାଲି ପାଓ୍ଵାର୍ ଗ୍ରିଡ୍, ଧାମରା ମତ୍ସ୍ୟ ପ୍ରାକ୍-ପ୍ରକ୍ରିୟାକରଣ କେନ୍ଦ୍ର, ଧାମରା ଦକ୍ଷତା ବିକାଶ କେନ୍ଦ୍ର, ଚାନ୍ଦବାଲି ମିନିଷ୍ଟାଡିୟମ୍, ନବନିର୍ମିତ ଭଦ୍ରକ ପାନ୍ଥନିବାସ ଓ ଜିଲ୍ଲା ପର୍ୟ୍ୟଟନ କାର୍ୟ୍ୟାଳୟ, ନବନିର୍ମିତ ଭଦ୍ରକ ସରକାରୀ ପଲିଟେକ୍ନିକ୍ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ଚାନ୍ଦବାଲି, ବାସୁଦେବପୁର, ତିହିଡ଼ି ଏବଂ ଧାମନଗର ବ୍ଲକ୍ର ଲୁଣିପାଣି ପ୍ରଭାବିତ ଅଞ୍ଚଳ ପାଇଁ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜାମୁଝାଡ଼ି-ବାସୁଦେବପୁର-ଧାମରା ରାସ୍ତା, ଗୋବିନ୍ଦପୁର-ନନ୍ଦପୁର ରାସ୍ତାରେ ଗେଙ୍ଗୁଟି ନଦୀ ସେତୁ, ବାରସର-ହେଙ୍ଗୁପତି ରାସ୍ତାରେ ସାଳନ୍ଦୀ ସେତୁ, ୮ଟି ସଡ଼କ ନିର୍ମାଣ ପ୍ରକଳ୍ପ, ରାଇପୁର ଏବଂ ମହୁଲିଆ ପାନୀୟ ଜଳଯୋଗାଣ ପ୍ରକଳ୍ପ, ନବନିର୍ମିତ ଚାନ୍ଦବାଲି ତହସିଲ୍ କାର୍ୟ୍ୟାଳୟ, ଭଦ୍ରକ ସର୍କିଟ୍ ହାଉସ୍ ଆଦି ୧୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ ଏଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ସେ କହିଥିଲେଯେ ‘କାଳିଆ’ ଯୋଜନା ଯୋଗୁଁ ଚାଷୀମାନେ ବିଶେଷ ଉପକୃତ ହେଉଛନ୍ତି। କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଉଛି ।
ଚାନ୍ଦବାଲିରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
chief minister in Bhadrak

No Comment