ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମମତା ଓ ପଙ୍କଜଙ୍କୁ 1 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର

Chief Minister announced 1 lakh each for Mamata and Pankaj

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ସାହସିକତା ପୁରସ୍କାର ଗ୍ରହଣ କରିଥିବା ମମତା ଦଳାଇ ଓ ପଙ୍କଜ ମୋହାନ୍ତଙ୍କୁ ପୁରସ୍କୃତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ।

ଭବିଷ୍ୟତରେ ମଧ୍ୟ ଯେଉଁମାନେ ସାହସିକତା ପୁରସ୍କାର ପାଇବେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସଚିବାଳୟରେ ଉଭୟ ମମତା ଓ ପଙ୍କଜଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡାର ୬ ବର୍ଷର ଝିଅ ମମତା ଭଉଣୀ ଅଶାନ୍ତି ଦଳାଇକୁ କୁମ୍ଭୀର ମୁହଁରୁ ବଞ୍ଚାଇ ସାହସିକତା ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା । କେନ୍ଦୁଝରର ୧୩ ବର୍ଷ ବୟସ୍କ ପଙ୍କଜ ମୋହାନ୍ତ ବୈତରଣୀ ନଦୀରେ ବୁଡି ଯାଉଥିବାବେଳେ ତିନି ଜଣ ମହିଳାଙ୍କୁ ଉଦ୍ଧାର କରିଥିଲେ ।

Previous ମେଡ଼ିସିନକୁ କରନ୍ତୁ ବାଏ ବାଏ, ନିଜେ ହୁଅନ୍ତୁ ନିଜର ଚିକିତ୍ସକ
Next ଷ୍ଟାର୍ଟଅପ୍ ଇଣ୍ଡିଆ-ଓଡିଶା ଯାତ୍ରା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

No Comment

Leave a reply

Your email address will not be published. Required fields are marked *