କଳାହାଣ୍ଡି ଜିଲ୍ଲା ଗମ୍ଭାରିଗୁଡ଼ା ଗାଁର ଏକ ଦମ୍ପତି ଅନାଥ ଓ ଅସହାୟ ପିଲାଙ୍କୁ ଆପଣାଇ ସେମାନଙ୍କ ସୁନ୍ଦର ଭବିଷ୍ୟତ ଗଢ଼ିବାର ମହାନ କାମ କରୁଛନ୍ତି। ଶ୍ୟାମସୁନ୍ଦର ଓ କସ୍ତୁରୀ ଜାଲ୍ ଦୁହେଁ ମିଶି ୪୦ ରୁ ଅଧିକ ଅନାଥ ପିଲାଙ୍କୁ ଗୋଟିଏ ଛାତ ତଳେ ଗଢ଼ିବାରେ ଲାଗଛନ୍ତି। ପ୍ରଥମେ ମା’ଙ୍କ ପ୍ରେରଣାରେ ବିବାହ ପୂର୍ବରୁ ଶ୍ୟାମସୁନ୍ଦର ଜଣେ ଅନାଥ ଶିିଶୁକୁ ପାଇ ଝିଅ କରି ରଖିଥିଲେ। ଏହାପରେ ସେ ଧିରେଧିରେ ଅନ୍ୟ ଅନାଥ ପିଲାଙ୍କୁ କୋଳେଇ ନେଲେ। ବିବହା ପରେ ଅସହାୟ ପିଲାଙ୍କ ସହ ସେ କସ୍ତୁରୀଙ୍କୁ ସାଙ୍ଗରେ ନେଇ ନିଜର ଏକ ଭିନ୍ନ ଓ ପରିପୂର୍ଣ୍ଣ ପରିବାର ଗଢ଼ି ତୋଳିଛନ୍ତି। ଦରଜୀ କାମ କରି ଏହି ଦମ୍ପତି ପିଲାଙ୍କୁ ମଣିଷ କରିବାର ଆଶା ବାନ୍ଧିଛନ୍ତି।
ଶ୍ୟାମସୁନ୍ଦର ଓ କସ୍ତୁରୀଙ୍କ କୁଡ଼ିଆରେ ଅନାଥଙ୍କୁ ଆଶ୍ରୟ
Orphanage of Jal couple
No Comment