ୟୁଟ୍ୟୁବର ଲୋକପ୍ରିୟ ଲକ୍ଷପତି କୁନି ରୋଷେୟା

Little chef Earning Money from youtube

ଆପଣ ଅନେକ ଯୁବପିଢ଼ୀଙ୍କ ସଫଳତାର କାହାଣୀ ଜାଣିଥିବେ ବା ସେମାନଙ୍କ ବିଷୟରେ ପଢ଼ିଥିବେ । ହେଲେ ଆଜି ଆମେ ଆପଣମାନଙ୍କୁ ଜଣେ ୮ବର୍ଷର ଶିଶୁ ବିଷୟରେ କହିବାକୁ ଯାଉଛୁ, ଯାହା ଜାଣିଲେ ଆପଣ ଚକିତ ହେବେ ନିଶ୍ଚୟ । ଇଣ୍ଟରନେଟ୍ ୱାର୍ଲଡରେ ଫେମସ୍ ହେବା ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଏହି ଶିଶୁ ହେଉଛି କୋଚିର ‘ନିହାଲ ରାଜ / କିଚା’ । ଖାଦ୍ୟ ରାନ୍ଧିବାରେ ରୁଚି ରଖୁଥିବା ଏହି Little Chef ଏବେ ଦେଶ ବିଦେଶରେ ନିଜର ପ୍ରଶଂସକଙ୍କ ସଂଖ୍ୟା ବଢ଼ାଇବାରେ ଲାଗିଛି ।

୪ ବର୍ଷ ବୟସରୁ ଖାଦ୍ୟ ରାନ୍ଧିବା ପ୍ରଣାଳୀର ଭିଡିଓ ବନାଇ YouTubeରେ ଅପଲୋଡ୍ କରିଆସୁଛି ଏହି କୁନି ସେଫ୍ । ଏବେ ସେ ଅପଲୋଡ୍ କରୁଥିବା ସବୁ ଭିଡିଓ ପିଛା ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛି । କିଚା ଏବେ ପାଲଟିଯାଇଛି YouTube ସେଲିବ୍ରେଟି ।


ହେତୁ ପାଇବା ଦିନଠୁଁ ମା’ ‘ରୁବି ଗୋପାଲ’ ରୋଷେଇ କରୁଥିବା ବେଳେ କିଚା ଦେଖେ । ଦିନେ ନିଜେ ରୋଷେଇ କରିବାର ଜିଦ୍ ଧରି ମା’ଙ୍କ ସହ କାମରେ ଲାଗିପଡ଼ିଲେ କିଚା । ପୁଅର ରୋଷେଇ କରିବାର ଶୈଳୀର ଭିଡିଓ ସୁଟିଂ କରି କିଚାଙ୍କ ବାପା ‘ରାଜଗୋପାଲ କ୍ରିଷ୍ଣା’ ନିଜ ଫେସବୁକ୍ ରେ ଅପଲୋଡ୍ କରିଥିଲେ । ଏହାପରେ ସେହି ଭିଡିଓକୁ ଅନେକ ଲୋକ ପ୍ରଶଂସା କରିବାକୁ ଲାଗିଲେ । ଏହାଦେଖି ରାଜଗୋପାଲ YouTubeରେ ‘kicha tube HD – Nihal Raj’ ନାମରେ ଏକ ଚ୍ୟାନେଲ ବନାଇ ସେଥିରେ କିଚା ଦ୍ୱାରା ପ୍ରସ୍ତୁତ ବ୍ୟଞ୍ଜର୍ଣ୍ଣର ବିଭିନ୍ନ ଭିଡ଼ିଓ ଅପଲୋଡ୍ କରିଲେ ।


ୟୁଟ୍ୟୁବରେ କିଚାଙ୍କ ରୋଷେଇ ଲୋକଙ୍କ ବେଶ ପସନ୍ଦ ଆସୁଥିବା ବେଳ ଭ୍ୟୁ ମଧ୍ୟ ବଢ଼ିବାରେ ଲାଗିଲା । ଇତିମଧ୍ୟରେ କିଚାଙ୍କ ରୋଷେଇ ଭିଡିଓ କିଣିବା ପାଇଁ ଫେସବୁକରୁ ପ୍ରସ୍ତାବ ଆସିଲା । ୨୦୦୦ ଡଲାରରେ ଫେସବୁକ ତାଙ୍କଠାରୁ ଏକ ଭିଡିଓ କିଣିଲା । ନିହାଲ ହେଲେ ସବୁଠାରୁ ଜଣେ କମ୍ ବୟସ୍କ ପିଲା ଯିଏ କି ଫେସବୁକକୁ ନିଜ ଭିଡିଓ ବିକ୍ରି କରିଛନ୍ତି । ସେ ଏପର୍ଯ୍ୟନ୍ତ ନିଜ ଚ୍ୟାନେଲରେ ୮୦ରୁ ଅଧିକ ଭିଡିଓ ଅପଲୋଡ୍ କରିସାରିଥିବା ବେଳେ ଦିନକୁ ଦିନ YouTubeରେ ଦର୍ଶକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଖେଳକୁଦ କରିବା ବୟସରେ ଅନେକଙ୍କ ମନ ଜିଣିଥିବା କିଚାଙ୍କ ଏହି କାମରୁ ଅନେକଙ୍କୁ ପ୍ରେରଣା ମିଳୁ ଏହାହିଁ ସଂକଳ୍ପ ଓଡ଼ିଶାର କାମନା।

ଦିପ୍ତିରଞ୍ଜନ ବେହେରା

Previous ଜାଣି ରଖନ୍ତୁ ଗୁଗଲ୍ ସର୍ଚ୍ଚ କରିବାର ଏହି 10ଟି ନୂଆ କୌଶଳ
Next ବିଭିନ୍ନ ପାଠ୍ୟକ୍ରମ ପାଇଁ ପରୀକ୍ଷା - ୨୦୧୮

No Comment

Leave a reply

Your email address will not be published. Required fields are marked *