ସମସ୍ତ ଯୁକ୍ତ୨ମୂଲ୍ୟାୟନ କେନ୍ଦ୍ରରେ ଲାଗିବ ସିସିଟିଭି କ୍ୟାମେରା

CCTV install in +2 paper evaluation centers

ମାର୍ଚ୍ଚ ୭ରୁ ୩୦ ମଧ୍ୟରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ହେବାକୁ ଥିବାବେଳେ ମୂଲ୍ୟାୟନ କେନ୍ଦ୍ରରେ ଲାଗିବ ସିସିଟିଭି କ୍ୟାମେରା । ଏହା ଦ୍ୱାରା ମୂଲ୍ୟାୟନକାରୀଙ୍କ ଗତିବିଧିର ଟିକିନିଖି ଖବର ରଖାଯିବ । କୌଣସି ସ୍ଥାନରେ ଯେପରି ଅନିୟମିତତା ନହୁଏ ସେଥିପ୍ରତି ଦୃଷ୍ଟି ଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏହି ପଦକ୍ଷପ ନେଇଛି । ପୂର୍ବରୁ ସମସ୍ତ ୧୦୯୧ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ନିଆଯାଇ ଥିବାବେଳେ ପ୍ରଥମଥର ପାଇଁ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ଲଗାଇବାକୁ ସ୍ଥିର ହୋଇଥିବାର ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହା ସହ ସମସ୍ତ ମୂଲ୍ୟାୟନ କେନ୍ଦ୍ରର ସୁପରିଭାଇଜର୍‌ଙ୍କୁ ଏନେଇ ନିର୍ଦେଶ ଦିଆଯାଇଛି । ମାର୍ଚ୍ଚ ୩ୟ ସପ୍ତାହରୁ ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ ଆରମ୍ଭ ହେବ । ଏଥର ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ଲଗାଯିବ।

Previous ମୋଦିଙ୍କ ଅଧ୍ୟକ୍ଷତାରେ ସରିଲା କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକ : ପାକିସ୍ତାନ ପ୍ରତି ଦୃଢ଼ ପଦକ୍ଷପ ନେବ ଭାରତ !
Next ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚଳାଚଳ ଆରମ୍ଭ

No Comment

Leave a reply

Your email address will not be published. Required fields are marked *