ଆଜିଠୁ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ, ପାଖାପାଖି ୧୩ ଲକ୍ଷ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା

cbse class 10 and 12 th exam start

ଆଜିଠାରୁ ସାରା ଦେଶରେ ଆରମ୍ଭ ହୋଇଛି ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା। ଦେଶର ପ୍ରାୟ ୪ହଜାର ୯୭୪ ପରୀକ୍ଷା କେନ୍ଦ୍ରରେ ୧୨ଲକ୍ଷ ୮୭ ହଜାର ୩୫୯ ଛାତ୍ରଛାତ୍ରୀ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ରେଜିଷ୍ଟ୍ରେସନ୍ କରିଛନ୍ତି। ସେହିଭଳି ଓଡ଼ିଶାରୁ ପ୍ରାୟ ୧୬ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସକାଳ ସାଢ଼େ ୧୦ଟାରୁ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସକାଳ ୧୦ଟା ସୁଦ୍ଧା ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ଆଡମିଟ୍ କାର୍ଡ ଦେଖାଇ ପ୍ରବେଶ କରିବା ପରେ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରକୁ ଛଡା ଯାଇଥିଲା। ଛାତ୍ରଛାତ୍ରୀ ହାତ ଘଣ୍ଟା କି କୌଣସି ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ପରୀକ୍ଷା କେନ୍ଦ୍ରକୁ ନେଇପାରିବେ ନାହିଁ। ସେହିପରି କପିକୁ ରୋକିବା ଲାଗି କଡ଼ାକଡ଼ି ବ୍ୟବସ୍ଥା କରାଯାଇଥିବା ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। ଯଦି କୌଣସି ପରୀକ୍ଷାର୍ଥୀଙ୍କ ନିକଟରୁ କପି ଧରାପଡ଼ିବ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। ଏପ୍ରିଲ ୪ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ ।

Previous ପରଦାକୁ ଅସିଲା ‘ସୋନଚିଡ଼ିୟା’ ଓ ‘ଲୁକା ଛୁପି’
Next ୨୯ତମ ରାଜ୍ୟ ଓଡିଆ ଚଳଚ୍ଚିତ୍ର ପୁରସ୍କାର ସମାରୋହ : ବିଭିନ୍ନ ବିଭାଗରେ ୨୬ ଜଣ ସମ୍ମାନୀତ

No Comment

Leave a reply

Your email address will not be published. Required fields are marked *