କେନ୍ଦ୍ରାପଡ଼ାରେ କର୍ଫ୍ୟୁ ଜାରି

carfue at kendrapara

କେନ୍ଦ୍ରାପଡ଼ା ସହରରେ କର୍ଫ୍ୟୁ ଜାରି କଲା ଜିଲ୍ଲା ପ୍ରଶାସନ। ଆଜି ଅପରାହ୍ନ ୪ଟାରୁ ୪ଟାରୁ କାଲି ସକାଳ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ  ବୋଲି କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି। ଗୋଷ୍ଠୀ ସଂଘର୍ଷ ହେତୁ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିବାରୁ କର୍ଫ୍ୟୁ ଜାରି କରିଛି ପ୍ରଶାସନ। ଗତକାଲି କେନ୍ଦ୍ରାପଡ଼ା ସହର ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭା ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିିବା ଉତ୍ତେଜନା କାରଣରୁ ଅଶାନ୍ତ ହୋଇପଡ଼ିଛି କେନ୍ଦ୍ରାପଡ଼ା ସହର। ଗତକାଲି ସହରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ସହରର ବିଭିନ୍ନ ଛକରେ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଛି। ଏହାସହ ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଆଜି ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ସମଗ୍ର ସହରରେ ଦୋକାନ ବଜାର, ଯାନବାହାନ ଚଳାଚଳ ବନ୍ଦ ରହିଛି।

Previous ଶଙ୍ଖ ଧରିଲେ ନବ
Next କାଲି ମିଳିବ ‘କାଳିଆ’ ଯୋଜନାର ପ୍ରଥମ ପର୍ଯ୍ୟାୟ ଟଙ୍କା

No Comment

Leave a reply

Your email address will not be published. Required fields are marked *