ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଡ଼କାଯିବା ସହ ୨୦୧୯-୨୦ମସିହା ପାଇଁ ବଜେଟ୍ ଉପସ୍ଥାପିତ କରାଯାଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ବଜେଟ୍ ଉପସ୍ଥାପିତ କରିଛନ୍ତି । ସର୍ବମୋଟ ୧୦୨କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ କରାଯାଇଛି । ସେଥିରୁ ଶ୍ରୀମନ୍ଦିର ପାଇଁ ୭୮କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ଭକ୍ତଙ୍କ ପାଇଁ ୩୮କୋଟି ଟଙ୍କା,ସେବକ କଲ୍ୟାଣ ପାଣ୍ଠି ପାଇଁ ୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାସହ ବଜେଟ୍ରେ ରଥଯାତ୍ରା ପାଇଁ ୬କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଗଜପତି ମହାରାଜାଙ୍କ ପ୍ରାପ୍ୟ ପାଉଣା ସରକାରଙ୍କ ଦ୍ୱାରା ଅନୁମୋଦିତ କରାଯାଇଥିବା ବେଳେ ବାର୍ଷିକ ୧୨ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିଷ୍ପତି ନିଆ ଯାଇଛି ।
ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
budget tabled for puri sri mandir

No Comment