ଆଜିଠୁ ଆରମ୍ଭ ହୋଇଯାଇଛି ବିଧାନସଭା ବଜେଟ୍ ଅଧିବେଶନ । ଏହା ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ୍ ଅଧିବେଶନ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଧିବେଶନର ଆରମ୍ଭରେ ଅଭିଭାଷଣ ପ୍ରଦାନ କରିଛନ୍ତି । ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ସଫଳତା ବିଷୟରେ କହିଥିଲେ । କୃଷି, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ଗ୍ରାମାଞ୍ଚଳ ବିକାଶର ସ୍ୱର୍ଣ୍ଣିମ ଚେହେରା ଉପସ୍ଥାପନ କରିଛନ୍ତି ରାଜ୍ୟପାଳ। ଗାଁ ଗହଳିରେ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପାଇପ୍ ପାଣି ପ୍ରକଳ୍ପ ସଂପର୍କରେ ସେ କହିବା ସହ । ସାଧାରଣ ବଂଟନ ବ୍ୟବସ୍ଥାରେ ଦେଶରେ ଓଡ଼ିଶା ନମ୍ବର ୱାନରେ ରହିଛି । ରାଜ୍ୟରେ ଦ୍ରୁତ ଗତିରେ ଶିଳ୍ପାୟନ ବଢ଼ିବାରେ ଲାଗିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକେ ଉପକୃତ ହେଉଛନ୍ତି, ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଅଧିକ ଉନ୍ନତ ହୋଇଛି । କାଳିଆ ଯୋଜନାରେ ଚାଷୀଙ୍କ ଉନ୍ନତି ହେବ । ଚାଷୀଙ୍କୁ ଏକ ପ୍ରତିଶତ ସୁଧରେ ଋଣ ଯୋଗାଇ ଦିଆଯାଉଛି । ଆଗାମୀ ଏପ୍ରିଲ ୧ ସୁଦ୍ଧାର ୦ ପ୍ରତିଶତ ଋଣରେ ସୁଧ ଯୋଗାଇ ଦିଆଯିବ । ୧୦ ବର୍ଷରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇଛି । ଡିଟିବି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଛି । ‘ଆମ ଗାଁ ଆମ ବିକାଶ’ ଯୋଜନା ଏକ ଉତ୍କୃଷ୍ଟ ଯୋଜନା । ଓଡିଶା ଦେଶର ଏକମାତ୍ର ରାଜ୍ୟ, ଯେଉଁଠି ବିଗତ ଏକ ଦଶନ୍ଧି ମଧ୍ୟରେ କୃଷକଙ୍କ ଆୟ ପ୍ରକୃତ ପକ୍ଷେ ଦ୍ବିଗୁଣିତ ହୋଇପାରିଛି, ଏହାସହ ଓଡିଶାରେ ସର୍ବାଧିକ ଶିଶୁ ମୃତ୍ୟୁହାର ହ୍ରାସ ହୋଇଛି, ମାତୃ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଜାତୀୟ ହାର ତୁଳନାରେ ଆଗରେ ମଧ୍ୟ ରହିଛି ବୋଲି ସେ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ପ୍ରଶଂସା କରି କହିଛନ୍ତି । ଏହାସହ ସେ କହିଛନ୍ତି ଯେ ମୋ ସରକାରରେ ମମତା ଯୋଜନା କାର୍ଯ୍ୟକାରୀ ହୋଇଛି । ମମତା କାର୍ଯ୍ୟକାରୀ ହେବାଠାରୁ ୩୫.୬୯ ଲକ୍ଷ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ୧୬୬୫. ୨୮ କୋଟି ପ୍ରୋତ୍ସହନ ରାଶି ଦିଆଯାଇଛି । ୫୦ ହଜାର କଳାକାରଙ୍କୁ ମାସିକ ୧୨୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ହୋଇଛି , ମୋ ସରକାରରେ ଶାଳପତ୍ର ଉପରୁ ରୟାଲଟି ଉଚ୍ଛେଦ ହୋଇଛି । ଯଦ୍ୱାରା ୨୫ ଲକ୍ଷ ଶାଳପତ୍ର ସଂଗ୍ରହକାରୀ ଉପକୃତ ହେବେ । ଅଭିଭାଷଣ ପୂର୍ବରୁ ବିଧାନସଭା ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ପରମ୍ପରା ଅନୁସାରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ୭ରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍ ଉପସ୍ଥାପନ କରିବେ।
ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ
budget season of odisha legislative assembly begins

No Comment